ଦଣ୍ଡିଲୋ ଗ୍ରାମରେ ଵୋମା ମାଡ଼ । ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଢ଼େଇଶାସନ ପଂଚାୟତ ଦଣ୍ଡିଲୋ ଗ୍ରାମରେ ଵୋମା ମାଡ଼ ହୋଇଥିବା ସୂଚନା । ଦଣ୍ଡିଲୋ ଗ୍ରାମର ସୁରେନ୍ଦ୍ର ନାଥ ସାହୁଙ୍କ ଘର ସମ୍ମୁଖରେ ବୋମାମାଡ ହୋଇଥିବା ଜଣାପଡିଛି । ବୋମା ମାଡର କାରଣ ଆସ୍ପଷ୍ଟ ରହିଛି । ତେବେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସୁରେନ୍ଦ୍ର ନାଥ ସାହୁ ଜଣେ ବ୍ୟବସାୟୀ ଏବଂ ଉକ୍ତ ଅଞ୍ଚଳର ଜଣାଶୁଣା କଣ୍ଟ୍ରାକ୍ଟର ଅଟନ୍ତି । ବୋମା ମାଡ ଘଟଣା ପରେ ସୁରେନ୍ଦ୍ର ବିରିଡି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ