ଓଡିଶା

କାଜଲ ପାଇଁ ପୁଣି ଦେବଦୂତ ସାଜିଲେ ସମାଜସେବୀକା ମୀରା ବାଇ ଦେଓ

ବେଗୁନିଆପଡା : ବୟସ ମାତ୍ର ୧୬ ବର୍ଷ, ହେଲେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି କାଜଲ । ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତର କୁମାରିପାରୀ ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ । ଦୀର୍ଘ ଛଅ ମାସ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ନାନା ଯନ୍ତ୍ରଣାର ଶିକାର ହୋଇଆସୁଛନ୍ତି । ଚାଷୀ ପରିବାରରେ ଜନ୍ମିତ କାଜଲ ଏବଂ ତାଙ୍କ ପରିବାର ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । ପାଖରେ ଯାହା କିଛି ସଞ୍ଚିଥିଲେ ସବୁ ସରିଗଲାଣି । ଏଭଳି ସ୍ଥଳେ ଝିଅର ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ନେହୁରା ହେଉଛନ୍ତି ପରିବାର ଲୋକ । କାଜଲ ଏବେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଖବର ପ୍ରସାରଣ ପରେ ସମାଜସେବୀକା ମୀରା ବାଇ ଦେଓ, କାଜଲଙ୍କ ଵାସ ଭାବନରେ ପହଞ୍ଚି ତାଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ପ୍ରତିଶୃତି ଦେବା ସହ ଏ ନେଇ ସେ ଜିଲ୍ଲାପାଳ ଓ ବେଗୁନିଆପଡା ବିଡିଓଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି । ପୂର୍ବରୁ କୋଦଳା ଏନ୍ଏସି ଅଧ୍ୟକ୍ଷ ଏବଂ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଓ ବେଗୁନିଆପଡା ବ୍ଲକ ପୂର୍ବତନ ସଭାପତି କାଜଲଙ୍କ ଘରକୁ ଯାଇ ତାଙ୍କୁ ଆର୍ଥିକ ସହାୟତା କରିବା ସହ ସରକାରୀସ୍ତରରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯଦି କେହି ସହୃଦୟ ବ୍ୟକ୍ତି କାଜଲଙ୍କୁ ସହଯୋଗର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ଯୋଗାଯୋଗ ନମ୍ବର ହେଉଛି- 7894167759

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା