ଓଡିଶା

ପଟାଝରି ନାଳରେ କୋଡିଏ ଫୁଟର ଘାଇ, କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

ବେଗୁନିଆପଡା : କଥାରେ ଅଛି ଚାଷ ତରତର ବଣିଜ ମଠ । ବର୍ଷା ଆଗମନରେ ଚାଷୀ ବାପୁଡ଼ା କେତେ ଜତନରେ ଧାନ ରୁଆ ସାରି ବସିଥିଲା । ହେଲେ ଲଗାଣ ବର୍ଷା ଏବେ ଦାଉ ସାଧିଛି । ଲଗାଣ ବର୍ଷାରେ ଉପର ମୁଣ୍ଡରେ ପାଣି ପଡିବା ଯୋଗୁଁ ପଟାଝରି ନାଳରେ ଘାଇ ସୃଷ୍ଟି ହୋଇ ନାଳ ଭାଙ୍ଗିଯିବା ଫଳରେ ଅନେକ ଫସଲ ନଷ୍ଟ ହୋଇଛି । ଏ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମପଞ୍ଚାୟତର ସମୂହ କୃଷକ କମିଟି କ୍ଷୁଦ୍ରଜଳ ସେଚନ ଅଧିକାରୀଙ୍କୁ ଏକ ଦାବିପତ୍ର ଦାଖଲ କରିଛନ୍ତି । ଏଥି ସହିତ ସ୍ଥାନୀୟ ବିଡ଼ିଓଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଖଣ୍ଡିଆନଈ ନିକଟସ୍ଥ ପଟାଝରୀ ନାଳରେ କୋଡିଏ ଫୁଟରେ ଘାଇ ସୃଷ୍ଟି ହୋଇଛି । ବର୍ତ୍ତମାନ କୃଷକଙ୍କର କୃଷି କାର୍ଯ୍ୟ ଚାଲିଥିବା ବେଳେ ଏହି କୋଡିଏ ଫୁଟ ଘାଇ କାରଣରୁ ଏବେ ପ୍ରାୟ ତିରିଶି ଜଣ କୃଷକଙ୍କ ରୁଆ ଜମିରେ ପାଣି ପ୍ରବେଶ କରିବାରୁ ଫସଲ ନଷ୍ଟ ହୋଇଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ଯଦି ମରାମତି କରା ନ ଯାଏ ତେବେ ଶହେ କୃଷକଙ୍କ ରୁଆ ଜମି ପାଣିରେ ବୁଡି ନଷ୍ଟ ହୋଇଯିବ । ଏଣୁ ଏହାର ସ୍ଥୟୀ ସମାଧାନ ପାଇଁ ଦାବି କରିଛନ୍ତି କ୍ଷତିଗ୍ରସ୍ତ କୃଷକ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନୁ କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା