ରୋବୋଟିକ୍ ସର୍ଜରୀ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଆମ୍ରି ହସ୍ପିଟାଲ୍

ଭୁବନେଶ୍ବର : ରୋବୋଟିକ୍ ସର୍ଜରୀ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାରେ ସକ୍ଷମ ହୋଇଛି ଆମ୍ରି ହସ୍ପିଟାଲ୍ । ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲ ଗତ ୪ ମାସରେ ୧୦୦ରୁ ଉର୍ଦ୍ଧ୍ବ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି । ଆମ୍ରି ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ତଥା ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ସଫଳତା ହାସଲ କରାଯାଇଛି । ଏପରିକି ଇସ୍ରାଇଲ, ଥାଇଲାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ସର୍ଜନମାନଙ୍କୁ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ କ୍ଷେତ୍ରରେ ଆବଶ୍ୟକୀୟ ଶିକ୍ଷା ଦେବା ପାଇଁ ବିଭିନ୍ନ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ତାଙ୍କୁ ଆମନ୍ତ୍ରଣ କରାଯାଉଛି । ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସର୍ଜରୀର ସୁବିଧା ଡାକ୍ତରଙ୍କ ପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବରେ ପ୍ରସ୍ତୁତ କରାଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲର ଗ୍ରୁପ୍ ସିଇଓ ଶ୍ରୀ ରୂପକ ଉପସ୍ଥିତ ରହି କହିଛନ୍ତି ଯେ, “ଆମ୍ରିରେ ସର୍ବଦା ନୂତନତ୍ବକୁ ବଜାୟ ରଖିବାରେ ବିଶ୍ବାସ କରାଯାଏ । ଅତ୍ୟାଧୁନିକ ଜ୍ଞାନକୌଶଳ ବିନିଯୋଗ କରି ଆମ୍ରି ସବୁବେଳେ ଉନ୍ନତ କ୍ଲିନିକାଲ ଫଳାଫଳ ପ୍ରଦାନ କରେ ।” ଏଥିରେ ଆମ୍ରି ମେଡିକାଲ ସୁପରିଟେଣ୍ଡଣ୍ଟ ଡଃ ସିଦ୍ଧାର୍ଥ ମିଶ୍ର, ଚିଫ୍ ମାର୍କେଟିଂ ଅଫିସର ପ୍ରକାଶ ଜି ନାୟର, ଜେନେରାଲ ମ୍ୟାନେଜର ଏଚ୍ଆର ରାଜଶ୍ରୀ ଉପାଧାୟ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ