କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନାର ପ୍ରତିବାଦ କରିଛି ଆଇସିସି…

ଭୁବନେଶ୍ବର : ରାଜ୍ୟ ମହିଳା ଆୟୋଗ (ଓଏସ୍ସିଡବ୍ଲୁ) ସହ ଫିକି ଫ୍ଲୋ ଭୁବନେଶ୍ୱରର ସହଭାଗିତା ଏବଂ ଜାତୀୟ ମହିଳା ଆୟୋଗର ସହଯୋଗରେ ଆଇସିସିର ସଦସ୍ୟମାନଙ୍କ ପାଇଁ ଏକ ସଚେତନତା ତାଲିମ ଅଧିବେଶନ ଆୟୋଜିତ ହୋଇଯାଇଛି । ଏଥିରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା (ପ୍ରତିରୋଧ, ନିଷେଧ ଏବଂ ନିବାରଣ) ଅଧିନିୟମ ୨୦୧୩ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ସମସ୍ୟାର ସମାଧାନ ତଥା ଏହାକୁ କମ୍ କରିବାକୁ ଏହି ପଦକ୍ଷେପ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଫ୍ଲୋ ଚେୟାରମ୍ୟାନ୍ ପୁନମ୍ ମହାପାତ୍ର ଉପସ୍ଥିତ ରହି ଯୌନ ନିର୍ଯ୍ୟାତନା ଘଟଣାର ଫଳପ୍ରଦ ଭାବରେ ସମାଧାନ କରିବା ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନିରାପଦ ଏବଂ ଅନ୍ତର୍ଭୂକ୍ତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ ଆଇସିସି ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ରାଜ୍ୟ ମହିଳା ଆୟୋଗର ଅଧକ୍ଷ୍ୟ ମିନତି ବେହେରା ଉପସ୍ଥିତ ରହି ଅଧିବେଶନର ମୂଳ ଉଦ୍ଦେଶ୍ୟ ବିଶେଷରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।
ଆୟୋଜିତ ତାଲିମ କାର୍ଯ୍ୟକ୍ରମ ବ୍ୟବସାୟିକ ଏବଂ ଆନୁଷ୍ଠାନିକ କ୍ଷେତ୍ରର ଆଇସିସିରୁ ୧୦୦ ଅଂଶଗ୍ରହଣକାରୀଙ୍କୁ ଏକତ୍ର କରିଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଯୌନ ନିର୍ଯ୍ୟାତନାକୁ ରୋକିବା ଏବଂ ନିଷେଧ କରିବା । ଏହାସହ ଆଇସିସିର ସଠିକ୍ ଢାଞ୍ଚା ତଥା କାର୍ଯ୍ୟ ଉପରେ ବିସ୍ତୃତ ତାଲିମ ପ୍ରଦାନ କରିବା ଏବଂ କର୍ମକ୍ଷେତ୍ରରେ ଅସନ୍ତୋଷ ପ୍ରକାଶ ପାଇଥିବା ମହିଳାଙ୍କ ପାଇଁ ଏକ ଦୃଢ ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା କରିବା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ