ଟ୍ରେଣ୍ଟିଂ ଦେଶ ବିଦେଶ

ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠ ଛୁଇଁବା ନେଇ ବୈଜ୍ଞାନିକଙ୍କ ଆକଳନ…

ଆନ୍ଧ୍ରପ୍ରଦେଶ : ଇତିହାସ ରଚିଲା ଭାରତ । ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩  । ଇସ୍ରୋର ବହୁ ପ୍ରତୀକ୍ଷିତ ମିଶନ୍ ମୁନ୍ ଆଜି ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-୩ । 

ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବାକୁ ପାଖାପାଖି ମାସେ ସମୟ ଲାଗିବ । ଆସନ୍ତା ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଏହା ପୂର୍ବରୁ ୨୦୧୯ ଜୁଲାଇ ୨୨ ତାରିଖରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ହୋଇଥିଲା କିନ୍ତୁ ସେପ୍ଟେମ୍ବର ୬-୭ରେ ବିକ୍ରମ ଲ୍ୟାଣ୍ଡର କ୍ରାସ୍ ଲ୍ୟାଣ୍ଡିଙ୍ଗ ହୋଇଥିଲା । ଏଥିରେ ହୋଇଥିବା ତ୍ରୁଟି ବିଚ୍ୟୁତିକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଛି ।

ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି । ଭୂପୃଷ୍ଠ ଛାଡିବା ପରେ ଏହାସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ତେବେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ଉପରେ ରହିଛି ସମଗ୍ର ବିଶ୍ୱର ନଜର । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ । ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଆମେରିକା, ଚୀନ ଓ ସୋଭିଏତ୍ ସଂଘ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ ।

ଚନ୍ଦ୍ରଯାନ ଚନ୍ଦ୍ର ଆଡକୁ ଗତି କରିବା ପୂର୍ବରୁ ପୃଥ୍ୱିବୀ ପୃଷ୍ଠର ଚତୁଃପାଶ୍ୱର୍ରେ ୫ ଥର ଘୂରି ବୁଲିବ ଚନ୍ଦ୍ରଯାନ-୩ । ଗତଥର ଅପେକ୍ଷା ବିକ୍ରମ ଲ୍ୟାଣ୍ଡରର ଇଞ୍ଜିନକୁ ଆହୁରି ଶକ୍ତିଶାଳୀ କରାଯାଇଛି । ଗତଥର ଦେଖାଦେଇଥିବା ତ୍ରୁଟି ଭିତରେ କ୍ୟାମେରା ସମସ୍ୟା ମଧ୍ୟ ରହିଥିଲା । ଯାହା ଶେଷ ମୁହୂର୍ତ୍ତରେ ହିଁ ଆକ୍ଟିଭ ହୋଇଥିଲା । ତେଣୁ ଚଳିତଥର ଏଥିରେ ସୁଧାର ଅଣାଯାଇଛି । ଏହାଛଡା ବିକ୍ରମ ଲ୍ୟାଣ୍ଡରରେ କୌଣସି ତ୍ରୁଟି ଦେଖାଦେଲେ ମାତ୍ର ୯୬ ମିଲି ସେକେଣ୍ଡରେ ବିକ୍ରମ ଲ୍ୟାଣ୍ଡର ନିଜର ତ୍ରୁଟି ସୁଧାରିବ । ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ନିର୍ମାଣ କରାଯାଇଛି ।

ପରୀକ୍ଷଣ ସଫଳ ହେଲେ ଭାରତକୁ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବ ସତ୍ତା ଜାଣିବା ସହଜ ହୋଇଯିବ । ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଅନ୍ତରୀକ୍ଷ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, “ଏହା ବାସ୍ତବରେ ଭାରତ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ । ଭାରତକୁ ଗର୍ବିତ କରିଥିବାରୁ ଇସ୍ରୋ ଟିମକୁ ଧନ୍ୟବାଦ।”

ସେପଟେ ଚନ୍ଦ୍ରଯାନ-୩ର ପରୀକ୍ଷଣ ପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ ମାଧ୍ୟମରେ ବୈଜ୍ଞାନିକଙ୍କ ପ୍ରତିଭାକୁ ସଲାମ କରିବା ସହ ମହାକାଶରେ ଭାରତ ନୂଆ ଅଧ୍ୟାୟ ଲେଖିଲା ବୋଲି ଟ୍ୱିଟ୍ କରିଛନ୍ତି । ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଏହା ହେଉଛି ପରିଣାମ ବୋଲି ମୋଦୀ ଲେଖିଛନ୍ତି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଇସ୍ରୋର ଏଭଳି ସଫଳତାକୁ ନେଇ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।