ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ହେଲା ରକ୍ତଦାନ ଶିବିର

ବେଗୁନିଆପଡା : ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଶ୍ରୀମତୀ ସୁଜ୍ଞାନ କୁମାରୀ ଦେଓଙ୍କ ୮୬ତମ ଜନ୍ମ ଦିବସ ଉପଲକ୍ଷେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ସୁବାଷ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ୪୬ ନମ୍ବର ଯୋନର ସମସ୍ତ ପଞ୍ଚାୟତକୁ ନେଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ, କଲ୍ୟାଣୀ ପାତ୍ର, ପ୍ରତିନିଧି ସୁଶାନ୍ତ କୁମାର ସ୍ବାଇଁ, ସୁମଣ୍ଡଳ ସରପଞ୍ଚ ଶିବଶଙ୍କର ବାରିକ, ସମାଜସେବୀ ସୁରେନ୍ଦ୍ର ନାଥ ତିଆଡି, ମହେନ୍ଦ୍ର କୁମାର ଗୌଡଙ୍କ ସମେତ ଅନେକ ସରପଞ୍ଚ ସିମିତିସଭ୍ୟ ଓ ବହୁ ସଂଖ୍ୟାରେ ରକ୍ତଦାତା ଉପସ୍ଥିତ ରହି ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ । ଏଥିରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କରୁମାର ମାଲୁ