ଓଡିଶା

ବେଗୁନିଆପଡା ବ୍ଳକରେ ୨୪ ହଜାର ୬୮୭ ଜଣଙ୍କୁ ମିଳିଛି ଜବ୍ କାର୍ଡ

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧/୧୦/୨୦୨୨ ରିଖଠାରୁ ୩୧/୦୩/୨୦୨୩ ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । ମୋଟ ୬୪୬ ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଏଥିପାଇଁ ମୋଟ ୧୪୮୯.୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ପ୍ରକଳ୍ପରେ ୨୪ ହଜାର ୬୮୭ ଜବ୍ କାର୍ଡ ପ୍ରଦାନ କରାଯାଇଥିବାବେଳେ ସର୍ବମୋଟ ୭ଲକ୍ଷ ୫୯ହଜାର ୯୮୯ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏଥି ମଧ୍ୟରୁ ୩ ହଜାର ୬୩୫ ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆ ଯାଇଛି ।

ଏହି ଅବସରରେ ପଞ୍ଚାୟତ ରାଜ ବିଭାଗ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗର ଜନ ଶୁଣାଣୀ କରାଯାଇଥିଲା । ଏଥିରେ ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ, ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ, ପିଇଓ, କନିଷ୍ଠଯନ୍ତ୍ରୀ, ଜିଆରଏସ ଓ ସିଆରପିମାନେ ଉପସ୍ଥିତ ଥିଲେ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା