ଓଡିଶା ଦେଶ ବିଦେଶ

କମିବ ଟମାଟ ଦର । କେବେଠୁ କମିବ ପଢନ୍ତୁ…

ନୂଆଦିଲ୍ଲୀ : କମିବ ଟମାଟୋ ଦର । ଦେଶରେ ଟମାଟୋ ଦରରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ (ନେଫେଡ) ଓ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ(ଏନ୍‌ସିସିଏଫ୍)କୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଚାଷୀଙ୍କଠାରୁ ଟମାଟୋ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଖୁଚୁରା ଦୋକାନରେ ଟମାଟୋ ଦର ବୃଦ୍ଧି ପାଇଛି । ବିଶେଷ ଭାବେ ଜୁଲାଇ-ଅଗଷ୍ଟ ଏବଂ ଅକ୍ଟୋବର-ନଭେମ୍ୱରରେ ଟମାଟୋ ଉତ୍ପାଦନ କମ୍ ହୋଇଥାଏ । ଏତଦ୍ ବ୍ୟତୀତ ଏହି ସମୟରେ ମୌସୁମୀ ଜନିତ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥାଏ ଯାହାକି ଟମାଟ ଦରବୃଦ୍ଧିର କାରଣ ।

ଖାଉଟି ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି, ଜୁଲାଇ ୧୪ ତାରିଖରୁ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କୁ ଖୁଚୁରା ଦୋକାନ ମାଧ୍ୟମରେ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରାଯିବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା