ଓଡିଶା

ମଦ ଦୋକାନକୁ ସ୍ଥାନାନ୍ତର ଦାବି, ତେଜିଲେ ମହିଳା ଗୋଷ୍ଠୀ…

ଜଗତସିଂହପୁର : ମଦ ଦୋକାନକୁ ଖୋଲା ବିରୋଧ କରୁଛନ୍ତି ମହିଳା । ଗାଁର ମୁଖ୍ୟ ରାସ୍ତା ଦେଇ ହୋଇପାରିବନି ମଦ ଦୋକାନ । ଦୋକାନ ସ୍ଥାନାନ୍ତର ନ ହେଲେ ହେବ ଆନ୍ଦୋଳନ । ଜଗତସିଂହପୁର ଜିଲା ବାଲିକୁଦା ଥାନା କଂସାରୀ କୁଦରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ବିରୋଧ କରି ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବାଲିକୁଦା ବ୍ଲକର ଗୋଡାରେ ଥିବା ମଦ ଦୋକାନ କୌଣସି କାରଣରୁ ବାଲିକୁଦାକୁ ସ୍ଥାନାନ୍ତର କରାଯାଉଥିବା ବେଳେ କଂସାରୀକୁଦ, ଗୋପାଳପୁର, ନରସିଂହପୁର ଆଦି ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ବିରୋଧ କରିଛନ୍ତି ।

ବାଲିକୁଦାକୁ ବଜାର, ମେଡିକାଲ, ଥାନା, ସ୍କୁଲ, କଲେଜକୁ ଯିବା ଆସିବା ପାଇଁ କଂସାରୀକୁଦ ରାସ୍ତା ଏକମାତ୍ର ରାସ୍ତା ହୋଇଥିବା ବେଳେ  ମଦ ଦୋକାନ ହେଲେ ଏହା ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ । ଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେବେ । ପୂର୍ବରୁ ଏ ବାବଦରେ ସ୍ଥାନୀୟ ଜନ ସାଧାରଣ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ସ୍ଥାନାନ୍ତର ପାଇଁ ଦାବି କରିଆସୁଥିଲେ ହେଁ ତାଙ୍କ କଥାକୁ କେହି କର୍ଣ୍ଣପାତ ନକରିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ବାଲିକୁଦା ବଜାର ନିକଟରୁ ପୂର୍ବରୁ ଥିବା ଏକ ମଦ ଦୋକାନ ଏବଂ ଏବେ ନୂଆ ହେବାକୁ ଥିବା ମଦ ଦୋକାନ ଉଭୟକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତ ଆନ୍ଦୋଳନକାରୀ ମହିଳା । ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ମହିଳା ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା