ହଜିଯାଇଥିବା ପୁଅକୁ ଖୋଜିବାକୁ ଅନୁରୋଧ…

ବାଲେଶ୍ବର : ସ୍କୁଲକୁ ଯିବାବେଳେ ରାସ୍ତାରୁ ନିଖୋଜ ହୋଇଗଲା ଦଶମ ଶ୍ରେଣୀ ଛାତ୍ର । ଘଟଣାକୁ ବିତିଗଲାଣି ୪ ଦିନ । ହେଲେ ଏପର୍ଯ୍ୟନ୍ତ ମିଳୁନି ନନ୍ଦୁର ପତ୍ତା । ପୁଅର ନିଖୋଜ ହେବା ଘଟଣା ପରଠୁ ପରିବାରରେ ଦୁଃଖର ଛାଇ । ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଓଳିନ୍ଦା ଗ୍ରାମର ସଞ୍ଜୟ ମହାପାତ୍ରଙ୍କ ଏକ ମାତ୍ର ପୁଅ ନନ୍ଦ କିଶୋର ମହାପାତ୍ର (ନନ୍ଦୁ) । ବୟସ ୧୫ ବର୍ଷ । ରାଜପୁର ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ନନ୍ଦ କିଶୋର । ସେ ଶିଖରପୁରସ୍ଥିତ ବଦପଦା ଗ୍ରାମର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢିବା ସହିତ ରାଜପୁର ହାଇସ୍କୁଲକୁ କ୍ଲାସ କରିବାକୁ ଯାଉଥିଲେ । ସବୁଦିନ ପରି ଗତ ଗୁରୁବାର ଦିନ ସକାଳ ୧୦ଟା ସମୟରେ ନନ୍ଦ କିଶୋର ହଷ୍ଟେଲରୁ ସ୍କୁଲକୁ ଯାଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଏପରିକି ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଅକୁ ନ ପାଇବାରୁ ଶେଷରେ ନିରାଶ ହୋଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପରିବାର ଲୋକେ ତାଙ୍କର ଏକ ମାତ୍ର ପୁତ୍ର ନିଖୋଜ ଘଟଣା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ନନ୍ଦ କିଶୋରଙ୍କ ବିଷୟରେ ଖବର ପାଆନ୍ତି ତେବେ ତାଙ୍କର ଯୋଗାଯୋଗ ନମ୍ବର ହେଉଛି ୯୩୪୮୨୬୦୬୧୯ କିମ୍ବା ୯୯୩୭୪୮୫୧୬୯ ।
ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ କୁମାର ଦେ