ଛାତ୍ରଛାତ୍ରୀଙ୍କୁ ସଫଳ ଉଦ୍ୟୋଗୀ କରାଇବ IMI ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ବାଣିଜ୍ୟିକ ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଭୁବନେଶ୍ୱରସ୍ଥିତ IMI ଶିକ୍ଷାନୁଷ୍ଠାନ । ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ବାଣିଜ୍ୟଭିତ୍ତିକ ଅନୁଭବ ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ IMI ପରିସରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସିର ଶୁଭ ଉଦ୍ଘାଟନ ହୋଇଯାଇଛି । ଭାରତର ପ୍ରମୁଖ ସଂସ୍ଥା ଗ୍ରାଣ୍ଟ ଥ୍ରୋନଟନ ଭାରତ LLP ସହ ଅନୁବନ୍ଧିତ ହୋଇ IMI ତାର ଛାତ୍ରଛାତ୍ରୀଙ୍କୁ କୁଶଳୀ ତଥା ଉଦ୍ୟୋଗୀ ହେବା ଇଚ୍ଛାକୁ ଦ୍ଵିଗୁଣିତ କରିଛି । ବିଶ୍ବସ୍ତରୀୟ ଶିକ୍ଷା କ୍ଷେତ୍ରରେ ଏହି ପାର୍ଟନରସିପ୍ ଜାରି ରହିଥିବାବେଳେ, ଭାରତରେ ଏଭଳି ପଦକ୍ଷେପକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଥିବା ଜଣାପଡିଛି ।
ଆୟୋଜିତ ଉଦଘାଟନୀ ଅବସରରେ IMIର ଡାଇରେକ୍ଟର ପ୍ରଫେସର୍ ରମେଶ ବେହଲ, ଗ୍ରାଣ୍ଟ ଥ୍ରୋନଟନର ସଦସ୍ୟ ମନୋଜ ଖର୍ବ, ନିତେଶ ଜୈନ୍ ଏବଂ ଗ୍ରାଣ୍ଟ ଥ୍ରୋନଟନର ଆସୋସିଏଟ୍ ଡାଇରେକ୍ଟର ଆୟୁଶମାନ୍ ସିଂହ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ବିଷୟରେ ସୂଚନା ଦେଇଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ