ଓଡିଶା କଳା ସଂସ୍କୃତି

ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ ଜଗନ୍ନାଥ…

ପୁରୀ : ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ । ଶ୍ରୀକ୍ଷେତ୍ରରେ ଆଜି ନୀଳାଦ୍ରି ବିଜେ । ନବଦିନାତ୍ମକ ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ରତ୍ନ ସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତ । ସେଥିପାଇଁ ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ନୀତିକାନ୍ତି ମଧ୍ୟ ଚୂଡ଼ାନ୍ତ ହୋଇଛି । ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତୀ ଓ ସଂଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।

ସେପଟେ ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନି । ତାଙ୍କୁ ନନେଇ ଭାଇଭଉଣୀଙ୍କୁ ସାଥୀରେ ଧରି କାଳିଆ ଠାକୁର ମାଉସୀ ଘରକୁ ଯାଇଥିଲେ । ଏହି ସମୟରେ ସିଂହଦ୍ୱାରଠାରେ ସ୍ୱତନ୍ତ୍ର ନୀତି ରହିଛି । ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମନାଇବାର ପରମ୍ପରା ରହିଛି । ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ । ଏଥର ରୂପା ଛାଉଣୀ ହୋଇଥିବା ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ରଥ ଉପରେ ଆଜି ଶ୍ରୀଜିଉଙ୍କ ଶେଷ ଦର୍ଶନ ହୋଇଥିବାରୁ ରଥାରୁଢ଼ ଠାକୁରଙ୍କୁ ଦେଖିବାକୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା