ଦେଶ ବିଦେଶ

ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା…

ଶ୍ରୀନଗର : ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା । ଆଜିଠୁ ଆଗାମୀ ୬୨ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ । ବାବା ଅମରନାଥଙ୍କ ଭକ୍ତ ପହଲଗାମ୍ ଏବଂ ବାଲଟାଲ ଦେଇ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୩ହଜାର ୪୮୮ ତୀର୍ଥଯାତ୍ରୀ ୟାତ୍ରା ଆରମ୍ଭ କରିଛନ୍ତି । ଦୁଇ ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦକ୍ଷିଣ କାଶ୍ମୀର ହିମାଳୟ ପାହାଡ଼ର ୩ ହଜାର ୮୮୦ ମିଟର ଉଚ୍ଚରେ ଅବସ୍ଥିତ ବାବାଙ୍କ ଗୁମ୍ଫା । ଯାତ୍ରା ପାଇଁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇଛି । ଆତଙ୍କବାଦୀ ସଂଗଠନ ଟିଆରପିର ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ୬୦ ହଜାରରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ଚଳିତ ବର୍ଷ ୧୭ ଏପ୍ରିଲରୁ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଜୁଲାଇରେ ଏହି ପବିତ୍ର ଯାତ୍ରା ଆରମ୍ଭ ହୋଇଥାଏ । ଅମରନାଥ ଗୁମ୍ଫାରେ ବିରାଜିତ ମହାଦେବଙ୍କ ବରଫ ଲିଙ୍ଗର ଦର୍ଶନ କରିବାକୁ ଦେଶବ୍ୟାପୀ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥାଆନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।