ଓଡିଶା

ବର୍ଷା ପରେ ଛତିଶଗଡର ମନମାନି । ହୀରାକୁଦକୁ ପଶୁଛି ୭୯ ହଜାର କ୍ୟୁସେକ୍ ପାଣି

ସମ୍ବଲପୁର : ପୁଣି ଛତିଶଗଡ଼ ତାର ମନମାନି ଦେଖାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି ।

ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତେବେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩. ୬୭ ଫୁଟ୍ ପାର କରିଛି ।

ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ଏଭଳି ମନମାନି କରିଥାଏ । ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦିଏ ଏବଂ ମୌସୁମୀ ସମୟରେ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲିଦିଏ ।

ତେବେ ଚଳିତଥର ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ସମୟରେ ନିଜ ଛବିକୁ ସ୍ବଚ୍ଛ ରଖିବାକୁ ଯାଇ ଛତିଶଗଡ଼ ସରକାର ଚାଲାକି କରି କିଛି ଗେଟ୍ ଖୋଲି ଦେଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା