ଫୁଲ ତୋଳୁ ତୋଳୁ ପାଇଖାନା ଟାଙ୍କିରେ ପୋତି ହୋଇଗଲେ ମହିଳା…

କଟକ: ଫୁଲ ତୋଳିବା ହେଲା କାଳ । ପାଇଖାନା ଟାଙ୍କିରେ ପଡି ମହିଳାଙ୍କ ଶୋଚନୀୟ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି କଟକ ଯୋବ୍ରା ଅଞ୍ଚଳର ମହିଳା ଜୟନ୍ତୀ ରାଉତ । ସୂଚନା ଅନୁସାରେ, ସକାଳେ ତାଙ୍କ ଘର ପଛପଟେ ଥିବା ଏକ ଫୁଲ ଗଛରୁ ସେ ଫୁଲ ତୋଳୁଥିଲେ । ଫୁଲ ତୋଳିବା ସମୟରେ ସେ ସେଠାରେ ଥିବା ଅବ୍ୟବହୃତ ପାଇଖାନା ଟାଙ୍କିର ସ୍ଲାବ ଉପରେ ଛିଡ଼ା ହୋଇଥିଲେ । ତେବେ ସ୍ଲାବଟି ହଠାତ୍ ଭାଙ୍ଗି ଯାଇଥିବାବେଳେ ଜୟନ୍ତୀ ଟାଙ୍କି ମଧ୍ୟକୁ ଖସି ପଡ଼ିଥିଲେ । ସେହି ସମୟରେ ଟାଙ୍କି ନିକଟରେ ଗଦା ହୋଇଥିବା ଚିପ୍ସଗୁଡ଼ିକ ତାଙ୍କ ଉପରେ ଗଦା ହୋଇଯାଇଥିଲା ।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତୀଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା