ଓଡିଶା

CCTV ଉପରେ ନଜର ରଖିବ କିଏ ? ଖତ ଖାଇବାକୁ ବସିଛି ଲକ୍ଷାଧିକ ଟଙ୍କାର ସିସିଟିଭି…

କୋରାପୁଟ : ନଜର ରଖିବା ଯନ୍ତ୍ର ଏବେ ନଜର ଆଢୁଆଳରେ । ଅଚଳ ହୋଇ ପଡିରହିଛି ସହରରେ ଲାଗିଥିବା CCTV କ୍ୟାମେରା । ରକ୍ଷଣାବେକ୍ଷଣା ଅଭାବରୁ ସିସି କ୍ୟାମେରା ଅଚଳ ହୋଇପଡିଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ଅପରାଧୀ । କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଅପରାଧିକ ଘଟଣା ଉପରେ ନଜର ରଖି ତା’ ଉପରେ ଅଙ୍କୁଶ ଲଗେଇବା ପାଇଁ  ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଲଗାଯାଇଥିଲା CCTV କ୍ୟାମେରା । ଏହା ଅପରାଧ ଓ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗେଇବାରେ ସହଯୋଗୀ ମଧ୍ୟ ହେଉଥିଲା । କିନ୍ତୁ ବର୍ତମାନ କେତେକ ସହରରେ ଏହା ଅଚଳ ଅବସ୍ଥାରେ ପଡିରହିଛି । ସିସି କ୍ୟାମେରାର ଠିକ୍ ଭାବେ ମେଣ୍ଟେନାନ୍ସ ହେଉନଥିବାରୁ ତାହା ଏଭଳି ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ । ଏପରିକି ଯେଉଁ କମ୍ପାନୀ ଏହାକୁ ଲଗେଇବା ପାଇଁ ଟେଣ୍ଡର ନେଇଥିଲା, ସହରରେ କ୍ୟାମେରା ଲଗାଇ କମ୍ପାନୀ ଲାଭବାନ ହେବା ପରେ ଏହାର ମେଣ୍ଟେନାନ୍ସ ଦାୟିତ୍ବ ଭୁଲିଯାଇଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର CCTV କ୍ୟାମେରା ଏବେ ଖତ ଖାଇବକୁ ବସିଛି l

ଅପରପକ୍ଷେ ଅପରାଧୀ କ୍ୟାମେରା ସର୍ଭିଲାନ୍ସରୁ ବାହାରେ ରହିବାର ସୁଯୋଗ ନେଇ ଅପରାଧ ଘଟାଇବାରେ ଲାଗିପଡିଲେଣି l କୋଟପାଡ଼ ସହରରେ ଲାଗିଥିବା CCTV କ୍ୟାମେରା ଦୀର୍ଘ ୬ ମାସ ହେବ ଅଚଳ ହୋଇ ପଡିରହିଛି । ଏଭଳି ସ୍ଥଳେ ସହରରେ ଘଟୁଥିବା ଚୋରି, ଡକାୟତି, ଗଞ୍ଜାଇ ଚାଲାଣ, ମିସିଂ କେଶ ଏବଂ ଆଇନ ଶୃଙ୍ଖଳାର ଖିଅ ଖୋଜିବାରେ ଅସୁବିଧା ଭୋଗଛି ପୋଲିସ ପ୍ରଶାସନ । ଫଳରେ ବାଧ୍ୟ ହୋଇ ପ୍ରଶାସନକୁ ପ୍ରାଇଭେଟ CCTV କ୍ୟାମେରାର ସାହାରା ନେବାକୁ ପଡୁଛି l କୋଟପାଡ଼ରେ ଏଭଳି CCTV କ୍ୟାମେରା ଅଚଳ ହୋଇ ପଡିରହିବା ଯୋଗୁଁ ଅସୁବିଧା ଭୋଗୁଛନ୍ତି କୋଟପାଡ଼ ଅଞ୍ଚଳର ଜନ ସାଧାରଣ । ତେଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ମହଲରେ ଦାବି ହୋଇଛି ।

ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା