ଓଡିଶା

୯ ବର୍ଷ ପରେ ଫାଷ୍ଟଟ୍ରାକ ପୋକସୋ କୋର୍ଟରେ ମିଳିଲା ନ୍ୟାୟ…

ଜଗତସିଂହପୁର : ୨୦୧୪ରେ ୯ ବର୍ଷର ନାବାଳିକା ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଦିପୁନା ଓରଫ ତପନ ନାଥକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜଗତସିଂହପୁର ଫାଷ୍ଟଟ୍ରାକ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି । ସମ୍ପତି ଲୋଭରେ ସମ୍ପର୍କୀୟଙ୍କ ୯ବର୍ଷର ନାବାଳିକାଙ୍କୁ ନିର୍ମମ ଭାବରେ ହତ୍ୟା କରି ଅଳକା ନଦୀକୁ ଫିଙ୍ଗିଥିଲା ଆସାମୀ ଦିପୁନା । ଆଜି ୯ବର୍ଷ ପରେ ଏହି ଘଟଣାର ରାୟ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ସଦର ଥାନା ମହାକାଳେଶ୍ୱର ଅଞ୍ଚଳର ଦିପୁନା ଓରଫ ତପନ ନାଥ ତାଙ୍କର ଜଣେ ସମ୍ପର୍କୀୟଙ୍କ ୯ବର୍ଷର ନାବାଳିକା ଝିଅକୁ ଚିପ୍ସ ଦେବା ବାହାନରେ ସାଇକେଲ ଯୋଗେ ନଦୀ ଆଡ଼କୁ ନେଇଥିଲା । ସେଠାରେ ସମ୍ପୃକ୍ତ ନାବଳିକାର ମୁହଁକୁ ଚାପି ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ଧରା ପଡିଯିବା ଭୟରେ ଅଭିଯୁକ୍ତ ତପନ ମୃତ ନାବଳିକାକୁ ଅଳକା ନଦୀକୁ ଫିଙ୍ଗିଦେଇଥିଲା । ଏ ନେଇ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ମୃତକଙ୍କ ପରିବାର ଲୋକ । ଜଗତସିଂହପୁର ପୋଲିସ କେଶ ନମ୍ବର ୩୫୫/ ୨୦୧୪ରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଆସମୀ ତପନ ନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଦୀର୍ଘ ୯ବର୍ଷ ପରେ ଆଜି ଜଗତସିଂହପୁର ଫାଷ୍ଟଟ୍ରାକ ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀ ତପନ ନାଥକୁ ଆଜୀବନ କାରାଦଣ୍ତରେ ଦଣ୍ଡିତ କରିବା ସହିତ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ଘଟଣାରେ ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ କେଶ ପରିଚାଳନା କରୁଥିଲେ ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା