ଓଡିଶା

ଲୋକଙ୍କୁ ଭୂଆଁ ବୁଲାଇବାକୁ ମିିଛି ମିଛିକା ତଦନ୍ତ କରୁଛନ୍ତି ତହସିଲଦାର…

ସାଲେପୁର : ଆଦର୍ଶ ସ୍କୁଲ ପରିସରରେ କଟା ଯାଇଛି ୫୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛ । ହେଲେ ଗଛ କାହିଁକି କଟାଗଲା ତାର ଉତ୍ତର କାହା ପାଖରେ ନାହିଁ । ଏପରିକି ମୂଲ୍ୟବାନ ଗଛ କାଟିବା ପାଇଁ ଅନୁମତି ମଧ୍ୟ ମିଳିନଥିବା ଜଣାପଡିଛି । ବୃକ୍ଷ ହିଁ ଜୀବନ ବୋଲି କହି ଆମେ ପିଲାମାନଙ୍କୁ ବୃକ୍ଷରୋପଣର ପାଠ ପଢାଉଥିବାବେଳେ ବିଦ୍ୟାଳୟ ପରିସରରେ ଅନାଶୟରେ ଗଛ କଟାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓଷଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୌଡୁକୋଲ ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ । ଆଦର୍ଶ ବିଦ୍ୟାଳୟ କାମ ଚାଲଥିବାବେଳେ ୫୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛ କଟାଯାଇଛି । ତେବେ ବିନା ଅନୁମତିରେ ଏତେ ଗଛ କାହିଁକି କଟାଗଲା ତାହାର ଉତ୍ତର କାହା ପାଖରେ ନାହିଁ । ଏପରିକି ଏ ନେଇ ସ୍ଥାନୀୟ ସରପଞ୍ଚ, ସ୍କୁଲର ପ୍ରଧାନ ଶିକ୍ଷକ ଓ ମାହାଙ୍ଗା ତହସିଲଦାରଙ୍କ ପାଖରୁ ମିଳିପାରୁ ନାହିଁ ସନ୍ତୋଷ ଜନକ ଉତ୍ତର ।

ଗୋଟେପଟେ ପ୍ରଧାନ ଶିକ୍ଷକ କହୁଛନ୍ତି ଯେ, ସାଧାରଣ ଲୋକ ଗଛ ଗୁଡିକୁ କାଟି ନେଇଯାଇଛନ୍ତି । ଅପରପକ୍ଷେ ଓଷଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଆଦର୍ଶ ସ୍କୁଲ ପରିଦର୍ଶନ କରି ଗଛକଟା ସମ୍ପର୍କରେ ସେ ଅବଗତ ନଥିବା କହୁଛନ୍ତି । ଏପଟେ ଆଦର୍ଶ ସ୍କୁଲ ପରିସରରୁ ଗଛକଟା ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସାମ୍ବାଦିକମାନେ ଏଥିରେ ମୁଣ୍ଡ ନପୁରାଇଲେ ଭଲ ହେବ । ଆଉ ସବୁ ସରିବା ପରେ ଅର୍ଥାତ୍ ଗଛ କଟାଯାଇ ବିକ୍ରି ସରିବା ପରେ ଧର୍ମକୁ ଆଖିଠାର ଭଳି ଆରଆଇ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମିଛି ମିଛିକା ତଦନ୍ତ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଦ୍ୟାଳୟ ପରିସରରେ ଗଛ କଟାଯାଇଛି ଏ କଥା ସତ । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାର ତଦନ୍ତ ପରେ ପ୍ରଶାସନ ପକ୍ଷରୁ ଦୋଷୀଙ୍କୁ ଦଣ୍ଡ ଦିଆଯାଉଛି ନା ତାଙ୍କୁ ଘଣ୍ଟ ଘୋଡାଯାଉଛି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା