ଅନ୍ୟାୟ ବିରୋଧରେ ଲଢିବା ପାଇଁ ଆରମ୍ଭ ହୋଇଛି ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ମିଳନୀ

ଜଗତସିଂହପୁର : ସମଗ୍ର ରାଜ୍ୟର ମହିଳାଙ୍କୁ ଏକତ୍ରିତ କରି ଅନ୍ୟାୟ ବିରୋଧରେ ଲଢିବା ପାଇଁ ଆରମ୍ଭ ହୋଇଛି ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ମିଳନୀ । ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ସମିତିର ୧୫ ତମ ରାଜ୍ୟ ସମ୍ମିଳନୀର ଦୁଇଦିନିଆ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଜାତୀୟ ମହିଳା ଶାଖାର ସାଧାରଣ ସମ୍ପାଦିକା ଆନ୍ନି ରାଜା ଓ ନିଶା ସିଦ୍ଧୁଙ୍କ ସମେତ ବହୁ ନେତୃମଣ୍ଡଳୀ ପ୍ରମୁଖ ଯୋଗ ଦେଇଛନ୍ତି । ରାଜ୍ୟର ମହିଳାମାନେ ଏକତ୍ରିତ ହୋଇ ନିଶା ନିବାରଣ, ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଶିକାର ପୀଡିତାଙ୍କୁ ନ୍ୟାୟ ଦେବା ଆଦି ଆଭିମୁଖ୍ୟ ନେଇ ସମ୍ମିଳନୀରେ ଆଲୋଚନା କରାଯାଇଛି । ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ରାଜ୍ୟର କର୍ମକର୍ତ୍ତା ନିର୍ବାଚନ ସଂଘ କରିବାକୁ ଥିବାବେଳେ ଭାରତ ତଥା ଓଡିଶାରେ ହେଉଥିବା ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବା ଲକ୍ଷ୍ୟ ନେଇ ବିଶେଷ ଆଲୋଚନା ହେଉଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ