ଓଡିଶା

ଛଅ ମାସ ମଧ୍ୟରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କଠାରୁ ଆଦାୟ ହୋଇଛି ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ବ୍ୟୁରୋ ରିପୋର୍ଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣର ୯ ବର୍ଷର ପୂର୍ତ୍ତି ଅବସରରେ ଆଜି ଅନୁଗୁଳ ଜିଲ୍ଲା ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ କଲେଜ ପଡ଼ିଆରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ବର୍ଷିଛନ୍ତି । ସେ କହିଛନ୍ତି ୨୦୨୩ ଜାନୁଆରୀରୁ ଜୁନ ମାସ, ବିଗତ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ ଭଳି ତଳିଆ ଶ୍ରେଣୀର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କଠାରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେଉଛି । ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଷ୍ଟପ୍ ପିସିର ଉଦାହରଣ ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଗରିବ, ଜନଜାତି, ପଛୁଆ ଲୋକଙ୍କର ଖଟିଖିଆ ପଇସା ବାଟମାରଣା ହେଉଛି । ରାଜ୍ୟ ସରକାରରେ ଦାୟିତ୍ୱରେ ଥିବା ଲୋକମାନେ ଏହି କାମରେ ଲାଗିଛନ୍ତି । ଓଡ଼ିଶାରେ ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଓ ଓଡ଼ିଶା ଲୋକଙ୍କ ପଇସାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ରାଜ୍ୟରେ ହେଉଥିବା ଦୁର୍ନୀତି ତୃତୀୟ ମହଲାର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ହେଉଛି । ମୋଦି ଦେଉଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କ ପାଖରେ ନ ପହଞ୍ଚୁ, ତାହାର ଷଡଯନ୍ତ୍ର ହେଉଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ‘ଷ୍ଟପ୍ ପିସି’ । କୁଆଡେ ଗଲା ସେହି ‘ଷ୍ଟପ୍ ପିସି’ର ଫମ୍ପା ଆଓ୍ୱାଜ ? ବଡ଼ ଅଧିକାରୀ ଓ ତୃତୀୟ ମହଲାର ଅଧିକାରୀ ଧରା ପଡୁନାହାନ୍ତି କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ମୋଦି ବିରୋଧୀ ମନବୃତ୍ତି ଏବଂ ଉଦାସୀନତା କାରଣରୁ ଗରିବ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହୋଇପାରୁନାହିଁ । ବିଗତ ବର୍ଷରେ ମୋଦି ସରକାର ପ୍ରଚୁର ଅର୍ଥ ଦେବା ପରେ ପରେ ରାଜ୍ୟ ସରକାରଙ୍କ ପାଇଁ ଅନୁଗୋଳ ଜିଲ୍ଲା ଅବହେଳା ହୋଇଅଛି । ଅନୁଗୋଳ ଶିଳ୍ପାଞ୍ଚଳରୁ ଓଡ଼ିଶା ସରକାର ଯେତେ ରାଜସ୍ୱ ନେଉଛନ୍ତି, ସେତିକି ମାତ୍ରାରେ ଦାୟିତ୍ୱ ନେଉନାହାନ୍ତି । ତେଣୁ ଏଭଳି ଦୁର୍ନୀତି ଗ୍ରସ୍ତ ସରକାରଙ୍କୁ ବଦଳାଇ ମୋଦି ସରକାରଙ୍କ ହାତ ମୁଠାକୁ ଟାଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା