ଲଭ୍ ଜିହାଦ, ଲ୍ୟାଣ୍ଡ ଜିହାଦ ପରେ ଏବେ ଅନଲାଇନ୍ ଗେମ୍ ଜିହାଦ

ଲଭ୍ ଜିହାଦ, ଲ୍ୟାଣ୍ଡ ଜିହାଦ, କ୍ରିକେଟ ଜିହାଦ, ଥୁକ୍ ଜିହାଦ ପରେ ଏବେ ଆରମ୍ଭ ହୋଇ ଯାଇଛି ଅନଲାଇନ୍ ଗେମ୍ ଜିହାଦ । ଏହିସବୁ ଜିହାଦୀମାନେ କୌଣସି ପଂଚତାରକା ହୋଟଲରେ ବିଳାସ ବ୍ୟସନରେ ଜୀବନ ଯାପନ କରୁନାହାଁନ୍ତି । ଏମାନେ କେତେବେଳେ ଫେରିବାଲା, କେତେବେଳେ ରାଜମିସ୍ତ୍ରୀ, କେତେବେଳେ ଛାତ୍ର, ଆଉ କେତେବେଳେ ଜଣେ ସମ୍ଭ୍ରାନ୍ତ ପରିବାରର ସଦସ୍ୟ ରୂପରେ ନିଜକୁ ପରିଚୟ ଦେଇ ଜିହାଦକୁ ଆଗେଇ ନେଉଛନ୍ତି । ଜିହାଦ ସମୟରେ ନିଜ ଧର୍ମକୁ ଲୁଚାଇ ଅନ୍ୟ ଧର୍ମର ପରିଚୟ ଦେବାକୁ ସେମାନେ ପଛାଉ ନାହାଁନ୍ତି । ସେଥିପାଇଁ ସେମାନେ ସବୁ ଜିହାଦରେ ସଫଳ ହେଉଛନ୍ତି ।
ଅନ୍ଲାଇନ୍ ଖେଳ ମାଧ୍ୟମରେ ଧର୍ମାନ୍ତରୀକରଣ । ଏହି ଧର୍ମାନ୍ତରୀକରଣ ବିଷୟରେ ଗୋଟିଏ ପରେ ଗୋଟିଏ ଖବର ଲୋକଲୋଚନକୁ ଆସିବାରେ ଲାଗିଛି । ପ୍ରଥମେ ଖବର ଆସିଥିଲା ଗାଜିଆବାଦରୁ । ଗାଜିଆବାଦର ଜଣେ ମୌଲବୀ ଅବଦୁଲ ରହମାନ ଓରଫ ନନ୍ନୀକୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗେମ ଜିହାଦ ନାମରେ ପ୍ରାୟ ୪୦୦ ପିଲାଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ମାୟାର ଜାଲ ଅନେକ ସହରକୁ ବ୍ୟାପିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଗୃହମନ୍ତ୍ରଣାଳୟ ଏବଂ ୟୁପି ସରକରା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତତ୍ପର ହୋଇ ଉଠିଛନ୍ତି ।
ଗାଜିଆବାଦର ଅନ୍ଲାଇନ୍ ଗେମିଂ ଧର୍ମାନ୍ତରୀକରଣ ମାମଲାର ଆଉ ଏକ ବଡ ଘଟଣା ପଦାକୁ ଆସିଛି । ଧର୍ମ ପରିବର୍ତନକରୁଥିବା ଗ୍ୟାଙ୍ଗର ଶିକାର ହୋଇଥିବା ନାବାଳକ ପୀଡିତାଙ୍କୁ ପଚରା ଉଚରା ବେଳେ ଯେଉଁ ତଥ୍ୟ ଆସିଛି, ତାହା ଆଶ୍ଚର୍ଯ୍ୟଜନକ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହନୱାଜ ମୋବାଇଲ ଫୋନରୁ ଅନେକ ପ୍ରମାଣ ମଧ୍ୟ ବାହାରିଛି । ଶାହନୱାଜ ଧର୍ମାନ୍ତରୀତ ହୋଇଥିବା ପିଲାମାନଙ୍କୁ ବିମାନ ଯୋଗେ ଦୁବାଇ ନେବାକୁ ପ୍ରସ୍ତୁତ ହେଉଥିଲା ବୋଲି ଗ୍ରୁଫ ଚାଟ୍ରୁ ପୋଲିସ ଏହି ସୂଚନା ପାଇଛି । ପିଲାମାନଙ୍କୁ ମାଗଣାରେ ଦୁବାଇ ନେଇଯିବାର ବିପଦଜ୍ଜନକ ଷଡଯନ୍ତ୍ରର ଖୁଲାସା ପରେ ପୋଲିସ ମଧ୍ୟ ସତର୍କ ହୋଇ ଉଠିଛି ।
ଗାଜିଆବାଦରେ ଜୈନ ସଂପ୍ରଦାୟର ଜଣେ ଉଦ୍ୟୋଗୀଙ୍କ ୧୭ ବର୍ଷର ପୁଅ ଜିମ୍ ଯିବା ବାହାନାରେ ଦିନକୁ ୫ଥର ଘରୁ ବାହାରକୁ ଯାଉଥିଲା । ପରିବାର ସନେ୍ଦହ କଲେ ଯେ ଦିନକୁ ୫ଥର କିଏ ଜିମ୍ ଯାଏ ? ଯେତେବେଳେ ପରିବାର ଲୋକେ ବାଳକ କୁଆଡେ ଯାଉଛି ତାକୁ ଅନୁସରଣ କଲେ, ସେତେେବେଳେ ସେମାନେ ଜାଣିବାକୁ ପାଇଲେ ସେ ଦିନକୁ ୫ଥର ନମାଜ ପାଇଁ ମସଜିଦକୁ ଯାଉଛି । ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥେô ଲ । ତାପରେ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଯାହା ପ୍ରକାଶ କରିଥଲô । ତାହା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା । ଏହି ଘଟଣା ଅନେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ଡିସିପି ନିପୁଣ ଅଗ୍ରୱାଲ କହିଛନ୍ତି ଯେ,ଅନ୍ଲାଇନ୍ ଗେମ ଖେଳୁଥିବା ଏକ ଗ୍ୟାଙ୍ଗ ଧର୍ମାନ୍ତରୀକରଣ କରିବା ପାଇଁ ସକ୍ରିୟ ଅଛନ୍ତି । ଏହି ଗ୍ୟାଙ୍ଗ କିପରି କାମ କରୁଛନ୍ତି ତାହାକୁ ବୁଝିବାକୁ ହେବ । ସେମାନେ ବିଭିନ୍ନ ପର୍ଯ୍ୟାୟ ଦେଇ ପିଲାଙ୍କ ମସ୍ତିସ୍କକୁ ୱାସ କରୁଛନ୍ତି ।
ପ୍ରଥମ ସୋପାନ ହେଉଛି ଏହି ଗ୍ୟାଙ୍ଗ ଅଣ-ମୁସଲମାନ ନାମରେ ଆଇଡି ତିଆରି କରି ଫୋର୍ଟ ନାଇଟ୍ ଆପ୍ରେ ଖେଳ ଖେଳୁଛନ୍ତି । ଯେତେବେଳେ କିଛି ପିଲା ହାରି ଯାଉଛନ୍ତି ସେମାନଙ୍କୁ ବିଜେତା ବାଲା କହୁଛନ୍ତି ଯେ ଆମେ କୋରାନ ପଢୁଥିବାରୁ ଗେମ ଜିତି ପାରୁଛୁ । ତୁମେ କୋରାନ ପଢ, ଏହା କଲେ ତୁମେ ମଧ୍ୟ ଗେମ ଜିତି ପାରିବ । କିଛି ପିଲା ତାଙ୍କ କଥାମାନି କୋରାନ ପଢିଲେ, ତାପରେ ଗେମ ଖେଳିଲେ । ଯେତେବେଳେ ଗେମ ଖେଳିଲେ ସାମ୍ନାରେ ଥିବା ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ହାଲୁକା ଖେଳୁଥିଲେ ଏବଂ କୋରାନ ପଢିଥିବା ପିଲା ଜିତି ଯାଉଥିଲେ । କୋରାନ ପଢି ଜିତିବା ପରେ ପିଲାମାନଙ୍କ ମନରେ କୋରାନ ପ୍ରତି ବିଶ୍ୱାସ ବଢି ଯାଉଥିଲା ।
ଦ୍ୱିତୀୟ ପର୍ଯ୍ୟାୟ ହେଉଛି କୋରାନ ଉପରେ ଲଗାତାର ରୁଚି ରଖିଥିବା ହିନ୍ଦୁ ବାଳକମାନଙ୍କ ସହିତ ମୁସଲମାନ ବାଳକମାନେ ହିନ୍ଦୁଙ୍କ ନାମରେ ଆଇଡି ତଅି ।ରି କରି ଡିସକର୍ଡ ଆପ୍ ମାଧ୍ୟମରେ ଚାଟିଂ କରୁଥିଲେ । ଇସଲାମିକ ରୀତିନୀତି କିପରି ଭଲ ତାହା ସେମାନଙ୍କୁ ବୁଝାଉଥିଲେ । ଏଇଥିପାଇଁ ସେମାନଙ୍କୁ ଲାଗୁଥିଲା ଯେ ସାମ୍ନାରେ ଥିବା ବ୍ୟକ୍ତି ହିନ୍ଦୁ ହୋଇ ମଧ୍ୟ ଇସଲାମ ବିଷୟରେ ଏପରି କହୁଛି ମାନେ ତାହା ସତ୍ୟ ଅଟେ ।
ତୃତୀୟ ସୋପାନ ହେଉଛି ଯେତେବେଳେ ଖେଳ ବ୍ୟବହାରକାରୀମାନେ ଇସଲାମରେ ସେମାନଙ୍କର ବିଶ୍ୱାସ ଦେଖାଇିବା ଆରମ୍ଭ କଲେ , ସେତେବେଳେ ଏହି ଗ୍ୟାଙ୍ଗମାନେ ସେମାନଙ୍କୁ ପ୍ରଶଂସକ ଭାବରେ ବ୍ୟବହାର କରୁଥିଲେ । ସେମାନଙ୍କୁ ଆହୁରୀ କଟ୍ଟୋର କରିବା ପାଇଁ ନିଷିଦ୍ଧ ଇସଲାମକି ପଣ୍ଡିତ ଜାକିର ନାୟକଙ୍କ ଭିଡିଓର ଭାଷଣ ଶୁଣାଉଛନ୍ତି । ସେମାନଙ୍କୁ ଇସଲାମିକ ସାହିତ୍ୟ ଯୋଗାଇ ଦେଉଛନ୍ତି । ଇସଲାମର ରୀତିନୀତି ବିଷୟରେ ବୁଝାଉଛନ୍ତି । ଯେତେବେଳେ ସେମାନଙ୍କର ବ୍ରେନ ୱାସ ହୋଇ ଯାଉଛି ତାପରେ ନମାଜ କରିବା ପାଇଁ କହୁଛନ୍ତି । ଥରେ ନମାଜ କରିବାପରେ ତାପରେ ସେମାନଙ୍କୁ ପାଖ ମସଜିଦକୁ ଯାଇ ଦିନକୁ ୫ଥର ନମାଜ କରିବାକୁ କହୁଛନ୍ତି । ଏହା କରିବା ଦ୍ୱାରା ନିଜ ଜୀବନରେ ଅଧିତ ଅଗ୍ରଗତି କରିପାରିବ । ବହୁତ ଟଙ୍କା ଆସିବ । ଜୀବନରେ କୌଣସି ଅସୁବିଧା ହେବ ନାହିଁ ବୋଲି ଜିହାଦିମାନେ ପ୍ରବତାଉଛନ୍ତି ।
ଗାଜିଆବାଦର ପୀଡିତା ନାବାଳକ ଏଇଥିପାଇଁ ଏହା କରୁଥିଲା । ସେ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଥବô । ସଂଜୟ ନଗର ସେକ୍ଟର -୨୩ର ମସଜିଦକୁ ଯାଇ ପାଂଚଥର ନମାଜ ପଢୁଥିଲା । ମୁଁ ଇସଲାମକୁ ସ୍ୱଇଚ୍ଛାରେ ଗ୍ରହଣ କଲି ବୋଲି ମୌଲବୀ ତାଙ୍କ ଠାରୁ ଆଫିଡେଭିଟ୍ ବା ଶପଥ ପତ୍ର ନେଇଥିଲେ । ମେ ୧୨ ତାରିଖରେ ଆଉ ଜଣେ ହିନ୍ଦୁ ନାବାଳକଙ୍କୁ ଏହି ମୌଲବୀ ମୁସଲମାନ ଧର୍ମରେ ଧର୍ମାନ୍ତରୀତ କରିଛି । ମୌଲବୀ ରହମାନ ଦ୍ୱାରା ୪ ଜଣଙ୍କୁ ଧର୍ମାନ୍ତରୀତ କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଗାଜିଆବାଦର, ଜଣେ ଫରିଦାବାଦର ଓ ଆଉ ଜଣେ ଚଣ୍ଡିଗଡର । ପୋଲିସ ଏହି ଚାରିଜଣଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିସାରିଛି ।
ଏହାକୁ କେହି ବିଶ୍ୱାସ କରୁନଥିଲେ । ସମସ୍ତେ କହୁଥିଲେ ସଂଖ୍ୟାଲଘୁମାନଙ୍କୁ ବଦନାମ କରିବା ପାଇଁ କଠୋରବାଦୀ ହିନ୍ଦୁମାନଙ୍କର ଏହି ଗୋଟିଏ ଚାଲ । କିନ୍ତୁ ଏବେ ଯେଉଁ ଖବର ଆସିଛି ତାହାକୁ ଜାଣିବା ପରେ ଏହାକୁ ବିଶ୍ୱାସ କରି ପାରୁନଥିବା ଲୋକମାନେ କଣ କହିବେ ତାହା ଜାଣିବାକୁ ବାକି ରହିଲା । ଉତରପ୍ରଦେଶର ପ୍ରୟାଗରାଜରେ ଅନ୍ଲାଇନ୍ ଖେଳ ଦ୍ୱାରା କିପରି ଜଣେ ୧୬ ବର୍ଷର ବାଳକ ଧର୍ମାନ୍ତରୀତ ହୋଇଛି ତାହା ଏବେ ସାମ୍ନାକୁ ଆସିଛି । ଧର୍ମାନ୍ତରୀତ ହୋଇଥିବା ଏହି ବାଳକର ପରିବାର ସଦସ୍ୟମାନେ କହିଛନ୍ତି ଯେ, ହଠାତ ତାଙ୍କର ପିଲା ଜାଲି ଟୋପି ପିନ୍ଧି ନମାଜ କରିଥିଲା । ଦିନେ ନୁହେଁ କି ଦୁଇଦିନ ନୁହେଁ, ଏହିପରି ନମାଜ ବାରମ୍ବାର କରିବାରୁ ତାହାର ମାନସିକ ଚିକିତ୍ସା କରାଉଛନ୍ତି । ଅନ୍ୟପକ୍ଷରେ ଗାଜିଆବାଦ ଧର୍ମାନ୍ତରୀକରଣର ମାଷ୍ଟରମାଇଣ୍ଡ ଶାହନାୱାଜ ଖାନ ଓରଫ ବଦ୍ରୀ ୧୧ ଜୁନ ୨୦୨୩ ରବିବାର ଦିନ ଧରାପଡିଛି ।
ପ୍ରୟାଗରାଜର ଝଲବା ଅଂଚଳ ଘଟଣା । ଗତ ୬ ବର୍ଷଧରି ଏହି ଅଂଚଳରେ ତାଙ୍କର ମାତା, ପିତା ଓ ୪ ଭଉଣୀଙ୍କ ସହିତ ରହୁଥିଲେ ପୀଡିତା । ମୁଖ୍ୟତଃ ଏହି ପରିବାର ଚିତ୍ରକୂଟର ନିବାସୀ । ପୁଅର ବାପା ପରିବାର ଚଳାଇବା ପାଇଁ ଏକ ଇ-ରିକ୍ସା ଚଳାଉଥିଲେ । ପୁଅର ମାଆଙ୍କ କହିବା ଅନୁସାର କିଛି ଦିନ ପୂର୍ବରୁ ପୁଅର ଆଚରଣରେ ଅନେକ ପରିବର୍ତନ ଆସିଛି । ହାତରେ ବାନ୍ଧିଥିବା ବ୍ରତକୁ ଛିଣ୍ଡାଇ ଏକ ଝାଲିର ଟୋପି ପିନ୍ଧିବା ଆରମ୍ଭ କରିଛି ଏବଂ ନମାଜ କରିବା ପାଇଁ ମସଜିଦକୁ ଯାଉଛି । ଶୁଣାଯାଉଛି ନାବାଳକ ଜଣକ ଘରେ କବାଲି ଶୁଣିବା ଆରମ୍ଭ କରିଦେଇଛି । ଯେତେବେଳେ ମଜାର ନିକଟକୁ ଯାଉଛି ସେତେବେଳେ ସେ ଉର୍ଦ୍ଦୁରେ ଲିଖିତ ପ୍ରାର୍ଥନା ବା ଇବାଦତୋକୁ ଚୁମ୍ବନ ଦେଉଛି । ସେ ତାଙ୍କ ବାପାଙ୍କ ଇ-ରିକ୍ସାରେ ଲାଗିଥିବା ମନ୍ଦିର ଫଟୋକୁ ହଟାଇ ମସଜିଦର ଷ୍ଟିକର ଲଗାଇଛି । ପିଲାଟିର ଏପରି ହାବଭାବ ଦେଖି ବାପାମା ତାକୁ ପ୍ରୟାଗରାଜର କଲଭିନ ହସ୍ପିଟାଲରେ ମାନସିକ ରୋଗ ବିଶେଷଜ୍ଞକୁ ଦେଖାଇଛନ୍ତି ।
ଯେତେବେଳେ ମନସ୍ତତ୍ୱବିତମାନେ ସେହି ବାଳକ ସହିତ କଥା ହୋଇଥିଲେ ସେତେବେଳେ ସେହି ବାଳକ କହିଥିଲା ଯେ ଚାରିଜଣ ମୁସଲମାନ ତାଙ୍କୁ ଧର୍ମପରିବର୍ତନ କରିବାକୁ କହିଛନ୍ତି । ସେମାନେ ତାକୁ ହିନ୍ଦୁ ଧର୍ମ ବିରୋଧରେ କହି ତାର ବ୍ରେନଓା୍ୱସ କରିଛନ୍ତି । ମୋବାଇଲ ଗେମିଂ ଆପ୍ ମାଧ୍ୟମରେ ସେ ଏହି ମୁସଲମାନ ବନ୍ଧୁମାନଙ୍କୁ ଭେଟିଥିଲା । ଏହି ଚାରିଜଣ ମୁସଲମାନ ହେଉଛନ୍ତି ପ୍ରୟାଗରାଜର ଚାକିଆ ଅଂଚଳର ବାସିନ୍ଦା । କିଛି ଦିନ ତଳେ ଗୁଳି ବିନିମୟରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟାର ଅତୀକ ଅହମଦର ଘର ଏହି ଚାକିଆ ଅଂଚଳରେ । ଡାକ୍ତରମାନେ ହିନ୍ଦୁ ବାଳକଟିକୁ ଔଷଧ ଦେଇଛନ୍ତି । ବର୍ତମାନ ପୀଡିତ ବାଳକଟି ବହୁତ ଭୟଭୀତ ଥିବାର କୁହାଯାଉଛି । ଏହି ଘଟଣା ସାମନାକୁ ଆସିବା ପରେ ଗୁପ୍ତଚର ସଂସ୍ଥା ସକ୍ରିୟ ହୋଇ ପଡିଛନ୍ତି । କେଉଁ ଧର୍ମାନ୍ତରୀତ ଗ୍ରୁପ ଏହି ଘଟଣାରେ ସକ୍ରିୟ ଅଛନ୍ତି, ଏଥିରେ କେତେଜଣ ସାମିଲ ଅଛନ୍ତି, କେତେଜଣଙ୍କର ବ୍ରେନଓା୍ୱସ କରାଯାଇଛି ଏବଂ କେତେଜଣ ଧର୍ମାନ୍ତରୀତ ହୋଇଛନ୍ତି ସେ ବିଷୟରେ ଅନୁସନ୍ଧାନ ଚାଲୁଅଛି ।
ଗାଜିଆବାଦ ଅନ୍ଲାଇନ୍ ଗେମିଂ ଧର୍ମାନ୍ତରୀଣ ମାମଲାର ମୁଖ୍ୟ ଅଭିଯୁକ୍ତ ଶାହନାୱାଜକୁ ଗିରଫ କରାଯାଇଛି । ଏହି ଘଟଣାରେ ଅନୁସନ୍ଧାନ କରୁଥିବା ଗାଜିଆବାଦ ପୋଲିସ ତାକୁ ଗିରଫ କରିବାରେ ମୁମ୍ବାଇ ପୋଲିସର ସାହାର୍ଯ୍ୟ ମାଗିଥିଲା । ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସୂଚନା ପାଇବା ମାତ୍ରେ ଶାହନୱାଜ ଫେରାର ହୋଇ ଯାଇଥିଲା । ମୁମ୍ବାଇର ଆଲିବାଗ ଅଂଚଳରେ ସେ ଆତ୍ମଗୋପନ କରିଛି ବୋଲି ମୁମ୍ବାଇ ପୋଲିସ ଜାଣିବାକୁ ପାଇଥିଲା । ତୁରନ୍ତ ଜୁନ ୧୧ ତାରିଖ ରବିବାର ଦିନ ମୁମ୍ବାଇର ଆଲିବାଗ ଅଂଚଳରେ ମୁମ୍ବାଇ ପୋଲିସ ତାକୁ ଠାବକରି ଗିରଫ କରିଥିଲା । ପଚରାଉଚରା ବେଳେ ଶାହନୱାଜ କହିଛି ଯେ, ଡିସେମ୍ବର ୨୦୨୧ରେ ସେ ଏକ ଅନଲାଇନ୍ ଖେଳ ମାଧ୍ୟମରେ ପୀଡିତାକୁ ଭେଟିଥିଲା । କିଛି ସମୟ ପରେ ଉଭୟ ଖେଳ ଜିତିବା ପାଇଁ କୌଶଳ ବିଷୟରେ କଥାବାର୍ତା ହୋଇଥେô ଲ । ଜାକିର ନାୟକର ଭାଷଣ, ଟ୍ରିକକୁ ବାହାନା କରି ଶାହନୱାଜ ପୀଡିତାଙ୍କ ସହ ପ୍ରଥମ ଥର ପାଇଁ ଧାର୍ମିକ ଆଲୋଚନା କରିଥିଲା । ପୋଲିସ ୨୩ ବର୍ଷୀୟ ଶାହନୱାଜର ମୋବାଇଲ ଏବଂ କମ୍ପୁ୍ୟଟରକୁ ଜବତ କରିଛି ।
ଏହି ବିଷୟ ଏବେ ଚିନ୍ତାର ବିଷୟ ହୋଇଛି । ବର୍ତମାନ ଦୁଇଟି ଗେମିଂ ଆପ ବିଷୟରେ ସୂଚନା ବାହାରକୁ ଆସୁଛି । ଯାହା ମାଧ୍ୟମରେ ଶିଶୁ ଏବଂ ଯୁବକମାନଙ୍କ ମସ୍ତିଷ୍କ ମଧ୍ୟରେ ବିଷ ଭରି ଦିଆଯାଉଛି । ସେମାନଙ୍କୁ ଧର୍ମାନ୍ତରୀତ କରିବାକୁ ଉତ୍ସାହିତ କରାଯାଉଛି । ଅନ୍ ଲାଇନ୍ ଗେମ ମାଧ୍ୟମରେ ପିଲାମାନଙ୍କୁ ଫସାଯାଉଛି । ପୁରସ୍କାର ମାଧ୍ୟମରେ ସେମାନଙ୍କୁ ପ୍ରଲୋଭିତ କରାଯାଉଛି । ସେମାନଙ୍କୁ ପରିବାର ଠାରୁ ଅଲଗା କରିବା ଏବଂ ଧର୍ମାନ୍ତରୀତ କରିବା ଭଳି ପ୍ରୋତ୍ସାହନ ଦିଆଯାଉଛି । କାନପୁରରେ ଏକ ଘଟଣା ସାମନାକୁ ଆସିଛି । ପିଲାମାନଙ୍କୁ କଲମା ପଢାଯାଉଛି । ବିରୋଧ କଲେ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ଏସବୁ ଜିହାଦର ଏକ ଅଂଶ ବିଶେଷ ।
ଗୋଲଖ ଚନ୍ଦ୍ର ଦାସ
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା