ରୟାଲ ଆଟଲାନ୍ଟିସର ନୁତନ ବ୍ରାଣ୍ଡ ପାର୍ଟନର ହୋଇଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା …

ଭୁବନେଶ୍ୱର: ଏସଜେ ଜେଆରଜି ଭେନ୍ଚରସ୍ ଏଲ୍ଏଲ୍ପିର ବିଳାସପୂର୍ଣ୍ଣ ଉଚ୍ଚ-ଆବାସିକ ପ୍ରକଳ୍ପ ରୟାଲ ଆଟଲାନ୍ଟିସର ନୁତନ ବ୍ରାଣ୍ଡ୍ ପାର୍ଟନର ହୋଇଛନ୍ତ ଓଡିଆ ସିନେ ଜଗତର ପରିଚିତ କଳାକାର ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ଏହି ଅବସରରେ ରୟାଲ ଆଟଲାନ୍ଟିସର ଅଡିଓ ଭିଜୁଆଲ୍ ଫିଲ୍ମ୍ ‘ହାପିନେସ୍ ବାଏ ଦ ସି’ ଲଚଂ କରାଯାଇଛି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଛୁଟି ଦିନରେ ନିଜ ପ୍ରିୟଜନଙ୍କ ସହିତ ସମୟ ବିତାଇବା ନିମନ୍ତେ ଏକ ବିଳାସପୂର୍ଣ୍ଣ ଏବଂ ଶାନ୍ତିମୟ ପରିବେଶ ପ୍ରଦାନ କରିବା ।

କାର୍ଯ୍ୟକ୍ରମରେ ଏସଜେ ଡେଭଲପରସ୍ ଆଣ୍ଡ୍ ହାଉସିଂ ପ୍ରାଇଭେଟ୍ ଲିମିଟେଡ୍ ତଥା ରୟାଲ ଆଟଲାନ୍ଟିସର ପ୍ରମୋଟର୍ ମାତୃଦତ ମିଶ୍ର, ଜେଆର୍ଜି ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡର ନିଦେ୍ର୍ଦଶକ ତଥା ରୟାଲ ଆଟଲାନ୍ଟିସର ପ୍ରମୋଟର୍ ଭିନିତ୍ ଗୁପ୍ତା, କେପି ପ୍ରାଇମ୍ ଆସେଟସ୍ ପ୍ରାଇଭେଟ୍ ଲିମିଟେଡର ନିଦେ୍ର୍ଦଶକ ତଥା ରୟାଲ ଆଟଲାନ୍ଟିସର ପ୍ରମୋଟର୍ ଆନନ୍ଦ ପୋଦ୍ଦାର, ଓଲିଉଡ୍ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଉପସ୍ଥିତ ଥିଲେ ।
ରୟାଲ ଆଟଲାନ୍ଟିସ୍ ପୁରୀ ବେଳାଭୂମିଠାରୁ ମାତ୍ର ୯୦୦ ମିଟର ଦୂରତାରେ ଥିବାବେଳେ, ଜଗନ୍ନାଥ ମନ୍ଦିରଠାରୁ ମାତ୍ର ୫.୭ କି.ମି ଦୂରରେ ଏବଂ ପ୍ରସ୍ତାବିତ ଆନ୍ତର୍ଜାତୀୟ ବିମାନ ବନ୍ଦର ଓ ଇସ୍କନ ମନ୍ଦିରଠାରୁ ଖୁବ୍ ନିକଟରେ ଅବସ୍ଥିତ । ଏହା ମୁଖ୍ୟତଃ ପୁରୀର ସିପସରୁବାଲି ଅନ୍ତର୍ଗତ ବଳିଆପଣ୍ଡାଠାରେ ଅବସ୍ଥିତ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ