ଆରମ୍ଭ ହେଲା ଟୁଇନ ସିଟି ବେଂଚ୍ ପ୍ରେସ୍ ଓ ଡେଡଲିଫ୍ଟ ଚାମ୍ପିୟନସିପ୍

ଭୁବନେଶ୍ୱର : ପାୱାରଲିଫଟିଙ୍ଗ ଅସୋସିଏସନ୍ ଖୋର୍ଦ୍ଧା ଦ୍ଵାରା ଆୟୋଜିତ ଟୁଇନ ସିଟି ବେଂଚ୍ ପ୍ରେସ୍ ଓ ଡେଡଲିଫ୍ଟ ଚାମ୍ପିୟନସିପ୍ ପାତ୍ରପଡା ସ୍ଥିତ ୟୁନିକ୍ ଫିଟନେସ୍ ଜିମ୍ ରେ ଆରମ୍ଭ ହୋଇଯାଇଛି । ଏଥିରେ ଅତିଥି ଭାବେ ତପନ କୁମାର ବଳିୟାରସିଂ, ପ୍ରଦୀପ୍ତ ପରିଡ଼ା, ରୁବିନା ପରିଡ଼ା, ସୁଜିତ ବଲଵାନ୍ତରାୟ ଏବଂ ଅନିଲ ପାଟଶାଣୀ ଯୋଗ ଦେଇ କ୍ରୀଡାବିତ୍ତମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଚାମ୍ପିୟନସିପ୍ ରେ ୧୬୭ କ୍ରୀଡାବିତ୍ତ ଭାଗ ନେଇଥିଲେ । ସେମାଙ୍କ ଭିତରୁ ୪୦ଜଣ ମହିଳା ଓ ୧୨୭ ଜଣ ପୁରୁଷ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଷ୍ଟ୍ରଙ୍ଗ ମ୍ୟାନ ସୌମ୍ୟ ରଞ୍ଜନ ସାହୁ ଓ ଷ୍ଟ୍ରଙ୍ଗ ଓମ୍ୟାନ୍ ସୁସ୍ମିତା ଗୌଡ଼ ପୁରସ୍କୃତ ହୋଇଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ