ବଦଳିବ ଦର୍ପଦଳନ ରଥର ଅଖ ।

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଦେଖିବାକୁ ମିଳିଛି ଫାଟ । ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ଦେଖିବାକୁ ମିଳିଛି । ଏହି ସାନ ଉଛୁଳା ଉପରେ ରଥର ସମ୍ପର୍ଣ୍ଣ ଭାର ନିର୍ଭର । ତେବେ ଫାଟ ଖବର ପଦାକୁ ଆସିବା ପରେ ଏହାକୁ ଲୁଚେଇବା ପାଇଁ ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି ।
ଅପରପକ୍ଷେ ଯେହେତୁ ଫାଟ ରହିଛି ତେଣୁ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ରଥ ଭାର ସମ୍ଭାଳିବା ନେଇ ଆଶାଙ୍କୁ ଗୁରୁତ୍ବ ଦେଇ ନୂଆ ଅଖ ବଦଳାଯିବା ପାଇଁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଅନୁଷ୍ଠିତ ହେବ ପବିତ୍ର ରଥଯାତ୍ରା । ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।