ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ । ଗଛ ପଡି ବାଇକ ନଷ୍ଟ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ କାଳ ବୈଶାଖୀର ପ୍ରଭାବ । ବର୍ଷା ଓ ପବନରେ ଗଛ ଭାଙ୍ଗି ପଡିବା ସହ ଗମନାଗମନ ଠପ୍ । ଏଥିସହ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣଜନତା । ଶୁକ୍ରବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବ୍ଲକ ଅନ୍ତର୍ଗତ ଏସ୍.ଛଚିନା ଗଡାନାଳ ନିକଟରେ ଗଛ ପଡିବା ଫଳରେ ପୂର୍ତ୍ତ ବିଭାଗ ରାସ୍ତାରେ କିଛି ସମୟ ପାଇଁ ଗମନାଗମନ ଠପ୍ ହୋଇଯାଇଥିଲା । ଏହାସହ ରାଗପୁରରେ ଗଛ ପଡି ଚାରୋଟି ବାଇକ ଭାଙ୍ଗି ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଗ୍ରାମର ଏସ୍. ଦେବ ଦୋରା, ଗୌତମ ଗୌଡ଼, ପି ବୁଲୁ ଦୋରା, ଦେବେନ୍ଦ୍ର ଦୋରାଙ୍କ ବାଇକ ଉପରେ ଗଛ ଶାଖା ପଡିବା ଫଳରେ ବାଇକ ଗୁଡିକ ଭାଙ୍ଗି ନଷ୍ଟ ହୋଇଯାଇଛି । ଖବର ପାଇ କୋଦଳା ଓଡ୍ରାଫ୍ ଟିମ ଘଟଣା ସ୍ଥଳରେ ପହଂଚି ରାସ୍ତା ସଫା କରିବା ସହ ବାଇକ ଗୁଡିକ ବାହାର କରିଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ