ଏକତା ଏବଂ ମୈତ୍ରୀର ପର୍ବ ରଜ ମହୋତ୍ସବ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ବାଇଶିମୌଜା ସ୍ଥିତ ମଇନ୍ଦିପୁରରେ ଜନାର୍ଦ୍ଦନ ଶିଶୁ ଉଦ୍ୟାନ ଓ ପାଠାଗାର ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀକୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ସ୍ଥାନୀୟ ତହସିଲଦାର ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ରଜପର୍ବକୁ ଉଦଜ୍ଜିବିତ ରଖିବା ପାଇଁ ଜାରି ରହିଥିବା ପ୍ରୟାସକୁ ସ୍ବାଗତ କରିଥିଲେ । ସହର ଅପେକ୍ଷା ଗାଁରେ ଏହି କୃଷି ଭିତ୍ତିକ ରଜପର୍ବ ପାଳନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜକ ଡା ଶୁଭକୁମାରଙ୍କ ଏଭଳି ନିଆରା ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ କିଭଳି ଭାବରେ ଗାଁର ଉନ୍ନତି ଓ ପାଠାଗାରର ଉନ୍ନତି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ