ଓଡିଶା

ଯିଏ ଲୋକଙ୍କୁ ଖୁସି ଦେଉଥିଲେ ତାଙ୍କୁ ଖୁସି କରାଇଲେ ସାମ୍ବାଦିକ ବନ୍ଧୁ

କୋଟପାଡ : ଏ ବ୍ୟକ୍ତି ଜଣକ ହେଉଛନ୍ତି କୁନୁ ମାଳି । ଲୋକେ ୟାଙ୍କୁ ସ୍ନେହରେ କୁନୁ ବୋଲି ଡାକନ୍ତି l କୁନୁ ଜଣେ ଭିନକ୍ଷମ ହୋଇଥିଲେ ମଧ୍ୟ ନିଜେ ସ୍ୱାବଲମ୍ବୀ । ଦୀର୍ଘ ୨୫ ବର୍ଷ ହେଲା ନିରନ୍ତର ସେ ପେପର ହକର ଭାବେ କାର୍ଯ୍ୟରତ l ନିତ୍ୟ ଭୋର ୪ ଟାରୁ ଉଠି ନିଜ ଭଙ୍ଗା ସାଇକେଲରେ ଫୁଲ ସଂଗ୍ରହ କରନ୍ତି ଏବଂ ପୂଜା ଉପଯୋଗୀ ମାଳ ପ୍ରସ୍ତୁତ କରି ତାହାକୁ ବିକ୍ରି କରିଥାନ୍ତି । ଆଉ ତା ସହିତ କୋଟପାଡ଼ ଅଞ୍ଚଳରେ ପେପର ହକର ଭାବେ ସେହି ଦଦରା ସାଇକେଲରେ ଦ୍ୱାରା ଦ୍ୱାରା ବୁଲି ପେପର ବାଣ୍ଟନ୍ତି । ସେଥିରୁ ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ବହୁ ପରିଶ୍ରମୀ ସହ ମେଳାପୀ ବନ୍ଧୁଟିଏ ଭଳି ଲୋକଙ୍କ ସାଥିରେ ହସଖୁସିରେ ସମୟ ବିତାଇବାକୁ ଭଲ ପାଆନ୍ତି କୁନୁ । ଏପରିକି ପେପର ବାଣ୍ଟିବା ସମୟରେ ସେ ବିଭିନ୍ନ ପଶୁପକ୍ଷୀ ଓ ପୋଲିସ ସାଇରନ ଭଳି ଶବ୍ଦ ବାହାର କରି ଲୋକଙ୍କ ମନୋରଞ୍ଜନ କରିଥାନ୍ତି ।

ମଣିଷ ଜୀବନ ଦୁଇଦିନର । ଆଉ ଏହି ଜୀବନକୁ ସେ ଲୋକଙ୍କୁ ଖୁସି ଦେବାରେ ସବୁବେଳେ ତତ୍ପର ଥାଆନ୍ତି । ତାଙ୍କର ସମାଜ ପ୍ରତି ଏହି ସେବାକୁ ଦେଖି ଭାରତ ମିଡ଼ିଆ ସଙ୍ଘ ସଦସ୍ୟଙ୍କ ନିଷ୍ପତିକ୍ରମେ ସଙ୍ଘ ପକ୍ଷରୁ ତାଙ୍କୁ ଗୋଟିଏ ଭଲ ସାଇକେଲ ଯୋଗେଇ ଦିଆଯାଇଛି । ଫଳରେ ସେ ସୁରୁଖୁରୁରେ ପେପର ବଣ୍ଟନ କରିବା ସହ ନିଜ ଜୀବିକା ନିର୍ବାହ କରିପାରିବେ ବୋଲି ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନ ଓ ଭାରତ ମିଡ଼ିଆ ସଙ୍ଘର ସହଯୋଗରେ ଭାରତ ମିଡ଼ିଆ ସଙ୍ଘ କାର୍ଯ୍ୟାଳୟରେ କୁନୁଙ୍କୁ ସମ୍ମାନିତ କରିବା ସହ ଗୋଟିଏ ସାଇକେଲ ପ୍ରଦାନ କରାଯାଇଛି l ଏହାକୁ ନେଇ କୁନୁ ମାଳି ବହୁତ ଉତ୍ସାହିତ ହେବା ସହ ଭାରତ ମିଡ଼ିଆ ସଙ୍ଘ ଏବଂ ବିଧାୟିକାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ : କୋଟପାଡରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା