ରବିନ୍ଦ୍ର ମଣ୍ଡପରେ ଏକାଦଶ ରଜ ପ୍ରତିଭା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ରବିନ୍ଦ୍ର ମଣ୍ଡପରେ ଏକାଦଶ ରଜ ପ୍ରତିଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା, ସଭାପତି ମୟୂର ଆର୍ଟ ସେଣ୍ଟରର ପ୍ରଦୀପ ମିଶ୍ର, ମହିଳା ଉଦ୍ୟୋଗୀ ଶୁଶ୍ରୀ ସୋନାଲୀ ଶତପଥୀ, ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ ଦାଶ, ଉପ ସଭାପତି ବଙ୍କିମ ଚନ୍ଦ୍ର ନାୟକ, ସଂପାଦିକା ଗୁରୁ ପ୍ରତିଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କଦ୍ଵାରା ଏକକ ନୃତ୍ୟ ପରିବେଷଣ ହୋଇଥିଲା l ପରେ କଳାକାରମାନଙ୍କୁ ଶିଳ୍ପପତି ଅଶୋକ ସାମଲ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମର ସନ୍ଧ୍ୟା ଅଧିବେଶନରେ ପ୍ରଫେସର୍ ଶାନ୍ତନୁ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋର୍ଡ଼ ସଭ୍ୟ ଡ.ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟସଭା ସାଂସଦ ସୁଲତା ଦେଓ, ସାମାଜସେବୀ ସୁଚିସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

ଚଳିତ ବର୍ଷ ରଜ ପ୍ରତିଭା ସମ୍ମାନରେ କଥକ ନୃତ୍ୟଶିଳ୍ପୀ ଶ୍ରୀମତୀ ଅନୁରାଧା ଦୁବେଙ୍କୁ ସମ୍ମାନିତ କରାଯାଇଥିଲା l
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ