ଓଡିଶା

ସ୍ଵତନ୍ତ୍ର ଢଙ୍ଗରେ ରଜ ମଉଜ ପାଳିବ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ

ଭୁବନେଶ୍ବର : ଆଉ ଦିନ କେଇଟା ପରେ ରାଜ୍ୟରେ ଜମିବ ଦୋଳିର ଅସାର । ଧୁମଧାମରେ ପାଳନ କରାଯିବ ଓଡ଼ିଶାର ଗଣପର୍ବ ରଜ ମଉଜ । ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ ଏହି ଗଣପର୍ବ । ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୧୩ ତାରିଖରୁ ଚାରିଦିନ ବ୍ୟାପି ଏହି ପର୍ବ ନୂଆଗାଁ ରଜ ମହୋତ୍ସବ ପଡିଆରେ ପାଳନ କରାଯିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ବ୍ୟକ୍ତି ବିଶେଷ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ବର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ । ଏଥର ରାଜ୍ୟସ୍ତରୀୟ ବଡିବିଲ୍ଡିଂ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିବ । ଏହା ସହ କୁନିକୁନି ଶିଶୁମାନଙ୍କଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ନାରୀ ଶକ୍ତିର ନିଆରା ଝଲକ ମଧ୍ୟ ରଜ ମହୋତ୍ସବରେ ପ୍ରତିଫଳିତ ହେବ । ଲୋକଙ୍କ ମନୋରଞ୍ଜ ସାଙ୍ଗଙ୍କୁ ମିଶନ ଶକ୍ତି ଗ୍ରୁପର ମହିଳାଙ୍କଦ୍ବାରା ୨ ଶହରୁ ଊର୍ଦ୍ଧ୍ବ ସ୍ଵତନ୍ତ୍ର ଷ୍ଟଲରେ ଓଡ଼ିଆ ଘରର ପିଠା, ମିଠା, ପାନ ଓ ଅନ୍ୟାନ୍ୟ ରଜ ବ୍ୟଞ୍ଜନ ଉପଲବ୍ଧ ରହିବ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ  ଅକ୍ଷୁର୍ଣ୍ଣ ରଖି ରଜ ମଉଜକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରାଯିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା