ଓଡିଶା ବ୍ୟବସାୟ

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପକ୍ଷରୁ ଏକ ଆର୍ଟିଷ୍ଟିକ ଜୁଏଲରୀ ଶୋ ଅନୁଷ୍ଠିତ

ଭୁବନେଶ୍ବର : ଚନ୍ଦ୍ରଶେଖରପୁରସ୍ଥିତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପକ୍ଷରୁ ଏକ ଆର୍ଟିଷ୍ଟିକ ଜୁଏଲରୀ ଶୋ ଅନୁଷ୍ଠିତ ହୋଇଛି । ଏହି ସ୍ବତନ୍ତ୍ର ପ୍ରଦର୍ଶନୀରେ ସୁନା ଓ ହୀରା ସମେତ ଅନ୍ୟାନ୍ୟ ମୂଲ୍ୟବାନ ପଥର ଖଚିତ ଅଳଙ୍କାର ପ୍ରଦର୍ଶନ କରାଯାଇଛି । ଡ୍ୟାନ୍ସିଂ ସୁପରଷ୍ଟାର ଏବଂ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୩ ର ବିଜେତା ରାଜସ୍ମିତା କର ଏହି ପ୍ରଦର୍ଶନୀକୁ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ପରିଚାଳନା ଟିମଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ‘ୱାନ୍ ଇଣ୍ଡିଆ ୱାନ୍ ଗୋଲ୍ଡ ରେଟ୍’ କ୍ୟାମ୍ପେନ୍ ଆରମ୍ଭ କରିବା ସହ ଦେଶରେ ଯେକୌଣସି ମାଲାବାର ଷ୍ଟୋରରେ ସୁନା କିଣା ଉପରେ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରୁଛି । ଏହା ସହ ଗ୍ରାହକଙ୍କ ପାଇଁ ୨୨ କ୍ୟାରେଟ୍ ସୁନା ଏକ୍ସଚେଞ୍ଜ ଉପରେ କୌଣସି କାଟତି କରାଯାଉନଥିବା କୁହାଯାଇଛି । ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଜୁଏଲରୀ ସପ୍ ହେଉଛି ଭାରତର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ବ୍ରାଣ୍ଡେଡ୍ ଜୁଏଲରୀ କମ୍ପାନୀ । ଭାରତ, ସିଙ୍ଗାପୋର ଓ ଗଲ୍ଫ ଭଳି ଦେଶରେ ଏହାର ୩୦୦ରୁ ଅଧିକ ଶୋରୁମ୍ ଉପଲବ୍ଧ ରହିଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା