ବିଶିଷ୍ଟ ନାଟ୍ୟକାର ଇଂ କିଶୋର ଚନ୍ଦ୍ର ମହାପାତ୍ରଙ୍କ ବିୟୋଗ ଯାତ୍ରାଜଗତ ପାଇଁ ଅପୂରଣୀୟ କ୍ଷତି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗ୍ରାମର ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଇଂ କିଶୋର ଚନ୍ଦ୍ର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ସତ୍ୟବ୍ରତ ମହାପାତ୍ର, ହିମାଂଶୁ ଆଚାର୍ଯ୍ୟଙ୍କ ସହ ବହୁ ଯାତ୍ରା କଳାକାର, ବୁଦ୍ଧିଜୀବୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନାଟ୍ୟକାର କିଶୋର ଚନ୍ଦ୍ର ମହାପାତ୍ର ଲେଖନୀରେ ଅନେକ ନାଟକ ଲେଖିଥିବା ବେଳେ ପର ସ୍ତ୍ରୀ ନିଜ ସ୍ତ୍ରୀ, ରାତି ନଅରୁ ସକାଳ ଛଅ, ସୁର ସାରଙ୍କ ସାନ ଝିଅ ଏଭଳି ଅନେକ ନାଟକ ଲେଖି ସାରା ଭାରତ ବର୍ଷରେ ଚହଳ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅତିଥିମାନେ ମତ ପ୍ରକାଶ କରିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ତାଙ୍କର ପ୍ରତିଭା ତାଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ତେଣୁ ଏଭଳି ଏକ ପ୍ରତିଭାକୁ ହରାଇ କେବଳ ଜିଲ୍ଲାବାସୀ ନୁହଁନ୍ତି ସମଗ୍ର ରାଜ୍ୟ ତାଙ୍କର ଆମର ଆତ୍ମାର ସଦଗତି କାମନା କରିଛି । ତାଙ୍କର ଏକାଦାଶାହ ଉପଲକ୍ଷେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତଥା ଯାତ୍ରା କଳାକାରମାନେ ଯୋଗ ଦେଇ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ