ଓଡିଶା

କୃଷକ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ଶିଳ୍ପ ସହାୟତା ଲୋଡିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : କୃଷି ଉତ୍ପାଦନରେ ଓଡ଼ିଶା ସବୁଠାରୁ ପ୍ରଗତିଶୀଳ ରାଜ୍ୟ । ଏଣୁ କୃଷକ ସଶକ୍ତିକରଣ ଦିଗରେ ଆଗେଇବାକୁ ଆହ୍ୱାନ ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ‘ଫାର୍ମ୨ଫୋର୍କ’ର ୯ମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିଳ୍ପ ସଂସ୍ଥାଗୁଡ଼ିକୁ କୃଷକମାନଙ୍କୁ ସହାୟତା ଏବଂ ମାଗଦର୍ଶନ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି କୃଷିମନ୍ତ୍ରୀ । ଏହି ସହାୟତା କୃଷକଙ୍କ ଆୟ ବୃଦ୍ଧି ତଥା ରାଜ୍ୟର ସାମଗ୍ରିକ ସମୃଦ୍ଧିରେ ସହାୟକ ହେବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

କଫି ଏବଂ ମାଣ୍ଡିଆ ଭଳି ଉଭୟ ପାରମ୍ପରିକ ତଥା ଅଣପାରମ୍ପରିକ ଉତ୍ପାଦଗୁଡ଼ିକରେ ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି ମନ୍ତ୍ରୀ । ଏପରିକି କର୍ଣ୍ଣାଟକର ଉଦାହରଣକୁ ଅନୁସରଣ କରି ଓଡ଼ିଶା କଫି ଏବଂ ମାଣ୍ଡିଆ ଚାଷରେ ଏକ ସମୃଦ୍ଧ ରାଜ୍ୟ ହେବା ଲାଗି କୃଷି ମନ୍ତ୍ରୀ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ସହିତ ମାଛ ଏବଂ କ୍ଷୀର ଉତ୍ପାଦନରେ ଓଡ଼ିଶାର ଅସାଧାରଣ ଉତ୍ପାଦନ ଏବଂ ଆତ୍ମନୀର୍ଭରଶୀଳତାକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ଉପଲବ୍ଧ ଜମିର ମାତ୍ର ୫୦ ପ୍ରତିଶତ ଅଂଶରେ ଚାଷ କରିବା ସତ୍ତ୍ବେ ରାଜ୍ୟ ଧାନ ଉତ୍ପାଦନରେ ୨୨୦ ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି ।

ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତ ରହି ମାଣ୍ଡିଆ ଏବଂ ଉପକୂଳବର୍ତ୍ତୀ ଅଂଚଳଗୁଡ଼ିକରେ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରର ବୃହତ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ସୋର୍ସିଂ ଏବଂ ପ୍ରକ୍ରିୟାକରଣଠାରୁ ଆରମ୍ଭ କରି ମାର୍କେଟିଂ ଏବଂ ରପ୍ତାନୀ ପର୍ଯ୍ୟନ୍ତ ନିରନ୍ତର ସାମୁଦ୍ରିକ ଖାଦ୍ୟ ପ୍ରୋତ୍ସାହନ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି । ଏହାସହ ସାମୁଦ୍ରିକ ଖାଦ୍ୟ କ୍ଷେତ୍ର ପାଇଁ ଅତ୍ୟାଧୁନିକ ସୁବିଧା ତଥା ପରୀକ୍ଷଣ ଲ୍ୟାବ ସ୍ଥାପନ କରିବାରେ ସେ ଶିଳ୍ପମାନଙ୍କର ସହଯୋଗ ଲୋଡ଼ିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନୀ ଏବଂ ବ୍ୟବସାୟ ପରିବେଶ ଓ ନିବେଶ ସୁଯୋଗ ଉପରେ ତିନୋଟି ସର୍ବଦଳୀୟ ଅଧିବେଶନ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଅନେକ ଶିଳ୍ପ ଉଦ୍ୟୋଗୀମାନେ ଏହି ଅଧିବେଶନରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା