ଓଡିଶା ବ୍ୟବସାୟ

ଡିଜିଟାଲ୍ ଟ୍ରାନ୍ସଫରମେସନରେ ଏମଜିଂ ଟେକ୍ନୋଲୋଜି ଉପରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଡିଜିଟାଲ୍ ଟ୍ରାନ୍ସଫରମେସନରେ ଏମଜିଂ ଟେକ୍ନୋଲୋଜି ବିଷୟବସ୍ତୁ ଉପରେ ଏକ ଦିନିଆ ଆଇଟି କର୍ମଶାଳା ହୋଟେଲ୍ ସୂର୍ଯ୍ୟାଂଶରେ ଅନୁଷ୍ଠିତ ହୋଇଯାଇଛି । ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ଦ୍ୱାରା ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ଆଇଟି ସଫ୍ଟୱେୟାର ଏକ୍ସପୋ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା ।

ଏହି କର୍ମଶାଳା ବିଭିନ୍ନ ପୃଷ୍ଠଭୂମିରୁ ବିଶେଷଜ୍ଞ ବ୍ୟବସାୟୀ ଏବଂ ପ୍ରଫେସନାଲମାନଙ୍କୁ ଏକତ୍ର କରିଥିଲା । ସହଭାଗୀତା ଏବଂ ଜ୍ଞାନ ବିନିମୟ ପାଇଁ ସହଯୋଗ ଏବଂ ନେଟୱାର୍କି ସୁଯୋଗ ପାଇଁ ଏହା ଏକ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇଥିଲା । ଏଥିରେ ବିଭିନ୍ନ କ୍ଷେତ୍ରରୁ ୧୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଏହି ଅବସରରେ କନଭେନର ଉମାକାନ୍ତ ଜେନା ଏବଂ ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ପାୟଲ ଆଚାର୍ଯ୍ୟ ଗୁପ୍ତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ ଅତିଥି, ବକ୍ତା, ପ୍ରଯୋଜକ ଏବଂ ମିଡିଆ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ଉମାକାନ୍ତ ଜେନା, ପୂର୍ବତନ ବରିଷ୍ଠ ନିଦେ୍ର୍ଦର୍ଶକ-ଏନଆଇସି ଏବଂ ଆଇଟି କର୍ମଶାଳାର କନଭେନର କହିଥିଲେ ଯେ, ଏହି କର୍ମଶାଳାର ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଜ୍ଞାନର ଆଦାନପ୍ରଦାନ ସହ ନେଟୱାର୍କିଂ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନତମ ଧାରା, ଉଦ୍ଭାବନ ଏବଂ ଆହ୍ୱାନ ଉପରେ ସମ୍ମିଳିତ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ।

ଏହି ଆଇଟି କର୍ମଶାଳାରେ ଡକ୍ଟର ଆର.ଏନ ବେହେରା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ), ପ୍ରଶାନ୍ତ ଶର୍ମା (ବ୍ଲକ୍ ଚେନ୍ ଟେକ୍ନୋଲୋଜି), ଡକ୍ଟର ଷ୍ଟାଲିନ ମିଶ୍ର (ବିଆଇ ଏବଂ ଡାଟା ସାଇନ୍ସ), ଅଭିଜିତି ସିଂ ଆନନ୍ଦ (ସାଇବର ସୁରକ୍ଷା), ଡକ୍ଟର ପବିତ୍ରନନ୍ଦ ପଟ୍ଟନାୟକ (ଇ-ଗଭର୍ନାନ୍ସ ଆପ୍ଲିକେସନ), ସଞ୍ଜୟ କାନୁନ୍ଗୋ (ଡିଜିଟାଲ ଟ୍ରାନ୍ସଫର୍ମେସନ୍), ଜୟନ୍ତ କୁମାର ମିଶ୍ର (ଜିଓଗ୍ରାଫିକ ଇନଫର୍ମେଶନ ସିଷ୍ଟମ), ଶାକ୍ୟସିଂହ ମହାପାତ୍ର (ରୋବୋଟିକ୍ସ ଆଣ୍ଡ ଏହାର ଭବିଷ୍ୟତ), ଅମିତ ପ୍ରକାଶ ନାୟକ (ଡିଜିଟାଲ୍ ମାର୍କେଟିଂ), ନିଲାଦ୍ରି ମହାନ୍ତି (କ୍ୱାଣ୍ଟମ୍ କମ୍ଫୁ୍ୟଟିଂ) ଆଦି ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ବକ୍ତାମାନେ ଯୋଗ ଦେଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା