ୟୁଟ୍ୟୁବରେ ଗାଳି କରି କରି ଅର୍ଜୁଥିଲା ଲକ୍ଷାଧିକ ଟଙ୍କା, ଏବେ ପୋଲିସ କବଜାରେ…

ବାଲେଶ୍ବର : ଗତ ୨୪ ତାରିଖ ଅପରାହ୍ନରେ ରେମୁଣା ଗୋଲେଇ ନିକଟରେ ହୋଇଥିବା ଗୁଳିମାଡ଼ ଓ ଜଣେ ଗୁରୁତର ହେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉଦିତ ନାୟକ ଓ ତାର ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟେ ବନ୍ଧୁକ, ଗୁଳି, ବାଇକ, ସ୍କୁଟି ଓ ୭ଟି ଦାମୀ ମୋବାଇଲ ଜବତ ହୋଇଛି । ଗୁଳି ମାରିଥିବା ମୁଖ୍ୟ ଅଭିଯୁକ୍ତ ଜଣେ ପରିଚିତ ୟୁଟ୍ୟୁବର ଅନଟାଲେଣ୍ଟେଡ୍ ଗାୟ । ସୋସିଆଲ ମିଡିଆରେ ଗାଳି କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା ଏହି ୟୁଟ୍ୟୁବର । ସୋସିଆଲ ମିଡିଆରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗୁଳି ଫୁଟିଥିଲା ।
ଏହି ଘଟଣାରେ ମନ୍ଦାରପୁରର ପିଙ୍କୁ ଦାସ ଏବଂ ନିଆଁବାଗର ଅମୀୟ କୁମାର ଦାସ ଗୁରୁତର ଆହତ ହୋଇଥିଲେ । ତେବେ ଉଦିତ୍ ନାମରେ ପୂର୍ବରୁ ଏକ ହତ୍ୟା ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ଏହା ସହ ଉଦିତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ସହ ଅନଟାଲେଣ୍ଟେଡ୍ ଗାୟ ଯୁଟ୍ୟୁବ୍ ଆକାଉଣ୍ଟକୁ ବନ୍ଦ କରିବାକୁ ପୋଲିସ ଚିଠି ଲେଖିଛି ।
ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ କୁମାର ଦେ