ଓଡିଶା

ମାଟ୍ରିକ ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଏନ୍ଏସି ଅଧକ୍ଷ, ଭଲ ମଣିଷ ହେବାକୁ ଦେଲେ ପରାମର୍ଶ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ପକ୍ଷରୁ ବେଗୁନିଆପଡ଼ା ବ୍ଳକରେ ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ତଥା ବ୍ଲକ ପାଇଁ ଗୌରବ ଆଣିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଏନ୍ଏସି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ବେଗୁନିଆପଡ଼ା ବ୍ଳକର ତାଳସର ଉଚ୍ଚ ବିଦ୍ୟାଳୟର ସନ୍ତୋଷ କୁମାର ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲଙ୍ଗଳେଶ୍ବର ଉଚ୍ଚ ବିଦ୍ୟାଳୟ, ଦିଗାପଡାର ସିମରନ୍ ପ୍ରଧାନ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜନତା ଉଚ୍ଚ ବିଦ୍ୟାଳୟ, ବେଗୁନିଆପଡ଼ାର ବଳରାମ ରାଉଳ ଓ କୋଦଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଲିଜା ଜେନା ତୃତୀୟ ସ୍ଥାନ ଅଧିକାର କରି ବ୍ଲକ ପାଇଁ ଗୌରବ ଆଣିଛନ୍ତି ।

ଏ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଏନ୍ଏସି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଅଧକ୍ଷଙ୍କ ସହ ସମସ୍ତ କାଉନସିଲର । ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ସହ କାଉନସିଲର ମଧୁସୂଦନ ଜେନା ଓ ରୀତାଞ୍ଜଳି ମିଶ୍ର ଉପସ୍ଥିତ ଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମା ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା