ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ହର ଦମ୍ପତ୍ତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍.ଛଚିନାରେ ଅନୁଷ୍ଠିତ ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ହର ଦମ୍ପତ୍ତି । ଗତ ୧୭ ତାରିଖରୁ ଏସ୍.ଛଚିନାସ୍ଥିତ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଏହି ମହାଯଜ୍ଞ ଚାଲିଥିବା ବେଳେ ଏଥିରେ ହର ଦମ୍ପତ୍ତି ତଥା କୋଦଳା ଏନ୍ଏସିର ୨ ପୂର୍ବତନ ନଗରପାଳ ଯୋଗ ଦେଇ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହା ସହ ଅଞ୍ଚଳର କଲ୍ୟାଣ ନିମନ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ହର ଦମ୍ପତ୍ତି ଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ବହୁ ସମର୍ଥକଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ମହାଯଜ୍ଞ ସ୍ଥଳକୁ ପାଛୋଟି ନିଆଯାଇଥିଲା । ପରେ ଶ୍ରୀ ସାହୁ ଅନ୍ନ ଭୋଜନ ଭଣ୍ଡାର ସ୍ଥାନକୁ ଯାଇ ସେଠାରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ପୂର୍ବତନ ନଗରପାଳ ତଥା ହର ସାହୁଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ଯଜ୍ଞସ୍ଥଳରେ ଉପସ୍ଥିତ ମହିଳାଙ୍କ ସହ ମିଶି ଭକ୍ତଙ୍କୁ ଅନ୍ନ ମହାପ୍ରସାଦ ପରସିଥିଲେ । ସେପଟେ କବିସୂର୍ଯ୍ୟନଗର ୟୁଥ୍ ଫୋରମ୍ ପକ୍ଷରୁ ସଭାନେତ୍ରୀ ରଞ୍ଜିତା ସାହୁଙ୍କ ନେତୃତ୍ବରେ ବହୁ କର୍ମକର୍ତ୍ତା ମହାଯଜ୍ଞ ସ୍ଥଳକୁ ଯାଇ ସେବା କାର୍ଯ୍ୟରେ ନିୟୋଜିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ