ବାଲି ଘାଟରେ ଗୁଳିମାଡ଼ । ଜେସିବିକୁ ଜାଳି ଦେଲେ ଦୁବୃର୍ତ୍ତ…

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନଗସପୁର ଚିତ୍ରୋତ୍ପଳା ନଦୀରେ ଥିବା ବାଲି ଘାଟରେ ଗୁଳିମାଡ଼ ସହ ଜେସିବିକୁ ଜାଳି ଦେଲେ ଦୁବୃର୍ତ୍ତ । ବିଳମ୍ବିତ ରାତିରେ ନେମାଳ ଥାନା ନଗସପୁର ବାଲି ଘାଟରେ ଏହି ଘଟଣା ଘଟିଥିବା ବେଳେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବାଲିଘାଟ କର୍ମଚାରୀଙ୍କ ଅଭିଯୋଗ ମୁତାବକ ବିଳମ୍ବିତ ରାତିରେ ୩ରୁ ୪ଜଣ ଦୁବୃର୍ତ୍ତ ଘଟଣା ସ୍ଥଳକୁ ଆସି ଅଚାନକ ଫାଙ୍କା ଗୁଳିଚଳନା କରିଥିଲେ । ପରେ ସେମାନେ ସେଠାରୁ 35 ହଜାର ଟଙ୍କା ଲୁଟି ନେବା ସହ ବାଲିଘାଟରେ ବାଲି ଲୋଡ଼ ପାଇଁ ଥିବା ଜେସିବିକୁ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦେଇଥିଲେ l ତେବେ କେଉଁ କାରଣକୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଥିବାବେଳେ ନେମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା