ଓଡିଶା

ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁରରେ ମହାଡ଼ମ୍ବରରେ ପାଳିତ ହେଉଛି ଠାକୁରାଣୀ ଯାତ୍ରା

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁରରେ ଠାକୁରାଣୀ ଯାତ୍ରା ମହାଡ଼ମ୍ବରରେ ପାଳିତ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଗାଁର ଗ୍ରାମଦେବୀ ମା ସୀତାପୁରୀଆଣି, ମା ଜଗନ୍ନାଥପୁରୀଆଣି ଓ ମା ଗୋପାଳପୁରୀଆଣିଙ୍କୁ ଭକ୍ତଗଣ ବାଣ, ବାଜା ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ୟରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ସ୍ଥାପନା କରାଯାଇଥିଲା । ପ୍ରତି ୫ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବହୁ ସଂଖ୍ୟାରେ ଲୋକ ଯୋଗଦେବା ସହ ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ଆଖପାଖ ଗାଁରୁ ଭକ୍ତମାନଙ୍କ ସହ ସୁଦୁର ହାଇଦ୍ରାବାଦ, ଚେନ୍ନାଇ, ମହାରାଷ୍ଟ୍ର ଆଦି ସ୍ଥାନରୁ ମଧ୍ୟ ଭକ୍ତଗଣ ମାଙ୍କ ଦର୍ଶନ ନିମନ୍ତେ ଆସୁଛନ୍ତି । ଏ ନେଇ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି ।  

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା