ଓଡିଶା

କୋଟପାଡରେ କୁଆପଥର ତାଣ୍ଡବ । ଚିନ୍ତାର ଚାଷୀକୂଳ…

କୋଟପାଡ : ଦାଉ ସାଜିଛି କାଳବୈଶାଖୀ ବର୍ଷା । ଫଳରେ ଚାଷୀକୂଳ ହତାଶ ହୋଇଥିବା ଦେଖିବାକୁ ମିଳିଛି । କାଳବୈଶାଖୀ କାରଣରୁ ଭୀଷଣ କୁଆପଥର ବୃଷ୍ଟି ହେବା ସହ କୋଟପାଡ଼ ତହସିଲ ଅଞ୍ଚଳର ପ୍ରାୟ ୬ ଟି ଗ୍ରାମ ଯଥା ସୌରା କୁହୁଡି, ବାଟ କୁହୁଡି, ବଣ୍ଡାଗୁଡା, ଅମ୍ଳଭାଟା, ଶାରଦଗୁଡା, ଘୁମରରେ ଧlନ ଫସଲ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି  l ଚାଷୀଙ୍କ ଧାନ ମାଟିରେ ମିଶିବା ସହ ଗରିବ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି l କୁଆପଥର ମାଡ ହେବା ଫଳରେ ଶହ ଶହ ଏକର ଜମି ଏବେ କ୍ଷତିଗ୍ରସ୍ତ ହୋଇଛି l ବର୍ଷାକୁ ଦୃଷ୍ଟିରେ ରଖି ଧାର କରଜ କରି ଚାଷୀ ଯାହା ଚାଷ କରିଥିଲା ସେସବୁ ଏବେ ମାଟିରେ ମିଶିଯାଇଛି । ଯାହାକୁ ନେଇ ଚାଷୀକୂଳ ନିରୁପାୟ ।

ଏ ନେଇ ଆଜି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ କୋଟପାଡ଼ ତହସିଲଦାରଙ୍କୁ ଭେଟି ରାଜ୍ୟ ସରକାରଙ୍କୁ ଗୁହାରି କରି ନିଜର ଦୁଃଖ ଜଣାଇଛନ୍ତି l ଅପରପକ୍ଷେ କୋଟପାଡ଼ ତହସିଲଦାର ଏ ନେଇ ସୂଚନା ପାଇ ସମସ୍ତ ରାଜସ୍ବ ନିରୀକ୍ଷକଙ୍କୁ କୃଷି ବିଭାଗର ସହଯୋଗରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତ ଚାଷୀ କିଭଳି ଉପଯୁକ୍ତ କ୍ଷତିପୂରଣ ପାଇପାରିବେ ସେଥିପାଇଁ କୋରାପୁଟ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଏହି ରିପୋର୍ଟ ପଠାଯିବ l ତେବେ ଦେଖିବାକୁ ବାକି ରହିଲା ପ୍ରଶାସନିକ ସ୍ତରରେ କ୍ଷୟକ୍ଷତିର କେବେ ଆକଳନ ହେଉଛି ଏବଂ କ୍ଷତିଗ୍ରସ୍ତ ଗରିବ ଚାଷୀଙ୍କ ଗୁହାରୀ ଶୁଣୁଛନ୍ତି ସରକାର ।

ରିପୋର୍ଟ : କୋରାପୁଟରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା