ଓଡିଶା

ନାଉଗାଁରେ ରାଜ୍ୟ ସ୍ତରୀୟ ସାଂସ୍କୃତିକ ମହାସମାବେଶ ଉଦଘାଟିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁରେ ରାଜ୍ୟ ସ୍ତରୀୟ ସାଂସ୍କୃତିକ ମହାସମାବେଶ ଦ୍ଵିତୀୟ ନାଉଗାଁ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ନାଉଗାଁ ଫେଷ୍ଟିଭାଲ ପରିଷଦର ସଭାପତି ଚୌଧୁରୀ ସତ୍ୟ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁଙ୍କ ସହ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଯୋଗ ଦେଇ ଏହି ସମାରୋହକୁ ଉଦଘାଟନ କରିଥିଲେ । ସାଂସ୍କୃତିକ ମହୋତ୍ସବ ଦ୍ୱାରା ସଂସ୍କୃତି ଉଜ୍ଜୀବିତ ରହିବା ସହିତ ଅତୀତର ଗୌରବମୟ ଗାଥାକୁ ଲୋକଲୋଚନକୁ ଆଣିହେବ । ଏହା ସହିତ ମହୋତ୍ସବ ଜରିଆରେ ସମସ୍ତଙ୍କ ମନରେ ଭାଇଚାର ସୃଷ୍ଟି କରିହେବ ବୋଲି ଅତିଥିମାନେ ନିଜର ଅଭିଭାଷଣ ରଖିଥିଲେ । ୫ ଦିନ ଧରି ଚାଲିବାକୁ ଥିବା ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ କହିଛନ୍ତି ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା