ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ବିଜନେସ୍ କାର୍ନିଭାଲ୍

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଶେଷ ହେବ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲଥ୍ ଉପରେ ଆୟୋଜିତ କର୍ମଶାଳା । ପ୍ରତିଦିନ ସନ୍ଧ୍ୟାରେ ଉପସ୍ଥିତ ଜନତାଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଓପନ୍ କିଚେନ୍ ଆଣ୍ଡ ବାର୍ ଦ୍ୱାରା ଏକ ଫୁଡ୍ ଜୋନ୍ର ବ୍ୟବସ୍ଥା କରାଯାଇଛି । ଯଦ୍ୱାରା ସମସ୍ତେ ସ୍ୱାଦିଷ୍ଟ ଏବଂ ସୁସ୍ଥକର ଖାଦ୍ୟ ଉପଭୋଗ କରିପାରିବେ ।

ସ୍ଥାନୀୟ ଜନତା ମଇଦାନରେ ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ “ଗ୍ଲୋବାଲ୍ ବିଜିନେସ କାର୍ନିଭାଲ୍-୨୦୨୩” ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ସମ୍ମାନିତ ଅତିଥି ଭାବେ ବିଏମ୍ସି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଏମ୍ଏସ୍ଏମ୍ଇ ନିର୍ଦ୍ଦେଶକ ପବନ ଗୁପ୍ତା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର(ଭୁବନେଶ୍ୱର-ଉତର), ବିପିସିଏଲ୍ ଇନ୍ପେଣ୍ଡେଣ୍ଟ ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ବିଶ୍ୱାଳ, ଉପାଧ୍ୟକ୍ଷ ରାଜୀବ ଶେଖର ସାହୁ(ଆଇସିସି-ଓଡିଶା ରାଜ୍ୟ ପରିଷଦ), ବିଶିଷ୍ଟ ସାମ୍ବାଦିକ କିଶୋର ଦିୱେଦି (ଚେୟାରମ୍ୟାନ୍ ବିଶ୍ୱ ଓଡିଶା ସମିତି ନୂଆଦିଲ୍ଲୀ), ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିପକ ମହାନ୍ତି, ପ୍ରପର୍ଟି ବ୍ରାଣ୍ଡ ନିର୍ଦ୍ଦେଶକ ସଚିନ ସିଂ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା ଉପସ୍ଥିତି ଥିଲେ ।

ଏହି ଅବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହ ଆୟୋଜିତ କାର୍ନିଭାଲ୍ ଉଦ୍ୟୋଗୀଙ୍କ ନିମନ୍ତେ ଏକ ସୁଯୋଗ ବୋଲି କହିଥିଲେ l ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିଜ ଅଭିଭାଷଣରେ କହିଥିଲେ ଯେ, ଯେଉଁ ଲୋକମାନେ ବାହାରେ ଯାଇ ବିଜନେସ୍ କରିପାରୁ ନାହାନ୍ତି ସେମାନଙ୍କ ପାଇଁ ଏହା ଏକ ପ୍ଲାଟଫର୍ମ ।
ଆୟୋଜିତ ପ୍ରଦର୍ଶନୀରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଛନ୍ତି । ଏଠାରେ ବିଭିନ୍ନ ପ୍ରକାର ଏକ୍ସପୋମାନ ଯଥାକ୍ରମେ ପ୍ରପର୍ଟି ବ୍ରାଣ୍ଡ ଏକ୍ସପୋ, ଫର୍ଣ୍ଣିଚର ଆଣ୍ଡ ଇଣ୍ଟେରିଅର୍, ଗ୍ଲୋବାଲ ଏଡୁକେସନ, ଆଇଟି ଆଣ୍ଡ ସଫ୍ଟୱେର, ଫ୍ୟାସନ ଆଣ୍ଡ ଲାଇଫ୍ ଷ୍ଟାଇଲ୍, ହେଲଥ୍ ଆଣ୍ଡ ୱେଲ୍ଲନେସ୍, ସ୍ୱଦେଶୀ, ଅଟୋ ଏକ୍ସପୋ ସହିତ ସମସ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ଉତ୍ପାଦ ସହିତ ସମସ୍ତ ପ୍ରକାର ଭାରତୀୟ ହସ୍ତତନ୍ତ ହସ୍ତଶିଳ୍ପ ଏବଂ ଗୃହ ସାଜସଜା ଉତ୍ପାଦମାନ ପ୍ରଦର୍ଶିତ ହୋଇଛି ।