ମଦନ ମୋହନ ପାଠାଗାର ଉଦଘାଟନ କଲେ ତିର୍ତ୍ତୋଲ ବିଧାୟକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ବାଇଶିମୌଜା ମଙ୍ଗୁଲି ପଂଚାୟତ ଶଙ୍ଖାରିସାହିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ, ବିରିଡି ବ୍ଳକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ବ୍ଳକ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ମଦନ ମୋହନ ଯଜ୍ଞ ମଣ୍ଡପ, ମଦନ ମୋହନ ପାଠାଗାର ଉଦଘାଟନ କରିବା ସହିତ ମଙ୍ଗୁଲି ସ୍ଥିତ ବରୁଣେଇ ପୀଠରେ ଏକ ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ନେତୃ ମଣ୍ଡଳୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
ରିପୋର୍ଟ: ଜଗତସିଂହପୁରରୁ ରୀତା ସାହୁ