ନୃତ୍ୟନିପୁଣାର ଜଳଛତ୍ର, ତୃଷ୍ଣାର୍ଥଙ୍କ ତୃଷ୍ଣା ମେଣ୍ଟାଉଛି…

ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଏବଂ ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପୁଣ୍ୟ କାର୍ଯ୍ୟକ୍ରମରେ ନୃତ୍ୟନିପୁଣାର ଛାତ୍ରୀ, ସଦସ୍ୟ ଏବଂ ଅଭିଭାବକ ସାମିଲ ହୋଇଥିଲେ । ନୃତ୍ୟନିପୁଣା ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରତିମା ମିଶ୍ର ତଥା ନିର୍ଦ୍ଦେଶିକା ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଚେଷ୍ଟାରେ ଆୟୋଜିତ ଜଳଛତ୍ର ଅନେକ ପଥଚାରୀଙ୍କ ଶୋଷ ମେଣ୍ଡାଇବାରେ ସକ୍ଷମ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଶ୍ବ କଲ୍ୟାଣ, ଶିବ ପ୍ରସାଦ ଏବଂ ପ୍ରତ୍ୟୁଷ ମିଶ୍ର ସହଯୋଗ କରିଥିଲେ । ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପ ଜାରି ରହିଛି । ଏଭଳି ସ୍ଥଳେ ପଥଚାରୀଙ୍କ ତୃଷ୍ଣାମୁକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯଆଇଛି ।