ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସରେ ସିଆରଓ ଫାର୍ମା ଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ପଦଯାତ୍ରା ଆୟୋଜିତ

ଅନ୍ତର୍ଜାତୀୟ କ୍ଲିନିକାଲ୍ ଟ୍ରାଏଲ୍ ଦିବସ ଅବସରରେ ସିଆରଓ ଫାର୍ମା ଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏକ ସଚେତନତାମୂଳକ ପଦଯାତ୍ରା ଆୟୋଜିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ଏମ୍ସ ଭୁବନେଶ୍ୱରର ଅଧୀକ୍ଷକ ଡକ୍ଟର ଦିଲ୍ଲୀପ କୁମାର ପରିଡା ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ସରୋଜ କୁମାର ଦାସ ମଜୁମଦାର, ଡକ୍ଟର ଦୀପକ କୁମାର ଦାସ, ଡକ୍ଟର ଦେବଦର୍ସି ରଥ, ଡକ୍ଟର ସୁରଜ ପ୍ରକାଶ ଚୌଧୁରୀ, ଡକ୍ଟର ଏଲ୍ ଏନ୍ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାରେ କ୍ଲିନିକାଲ୍ ପରୀକ୍ଷଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

କମ୍ପାନୀର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡକ୍ଟର ସାଇପ୍ରସନ୍ନା ବେହେରା ଏବଂ ସହ-ପ୍ରତିଷ୍ଠାତା ସୁଦୀପ କୁମାର ପାତ୍ର ଔଷଧ ଗବେଷଣା ଏବଂ ବିକାଶ ପ୍ରକ୍ରିୟା ସହିତ କ୍ଲିନିକାଲ୍ ଅନୁସନ୍ଧାନ କ୍ଷେତ୍ରରେ କମ୍ପାନୀର ଉଦ୍ୟମ ବିଷୟରେ ଆଲୋକପାତ କରିଥିଲେ ।

ଆୟୋଜିତ ପଦଯାତ୍ରାରେ ସିଆରଓ ଫାର୍ମାଟ୍ରେଣ୍ଡଜର ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗରେ ଗବେଷଣାରତ ଡ଼ାକ୍ତର ଏବଂ ଛାତ୍ରଛାତ୍ରୀଙ୍କ ସମେତ ୬୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରି କ୍ଲିନିକାଲ୍ ପରୀକ୍ଷାକୁ ସମର୍ଥନ କରିବା ସହିତ ସ୍ୱାସ୍ଥ୍ୟସେବା ଉନ୍ନତି ଉପରେ ଏହି ପରୀକ୍ଷଣଗୁଡିକର ଗଭୀର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିଥିଲେ ।