ଓଡିଶା

ସୁସ୍ଥ ସମାଜ ଗଠନ ଦିଗରେ ବାବା ବଳିଆଙ୍କ ଆର୍ଶୀବଚନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମାଛଗାଁରେ ପରମପୂଜ୍ୟ ପଦ୍ମଶ୍ରୀ ବାବା ବଳିଆଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ବଳିଆ ମାଛଗାଁରେ ପହଁଚିବା ପରେ ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାବାଙ୍କୁ ସତସଙ୍ଗ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପରେ ଗୁରୁ ପୂଜନ କରାଯିବା ସହିତ ସତସଙ୍ଗ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିଧାନସଭା ସଚିବ ଦାଶରଥି ଶତପଥୀ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହି ଅବସରରେ “କଥାରେ କଥାରେ ଜୀବନ ଗୀତା” ପ୍ରସଙ୍ଗକୁ ନେଇ ବାବା ବଳିଆ ଶ୍ରଦ୍ଧାଳୁଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ । ମଦ୍ୟ ଓ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା, ପିତାମାତା ଏବଂ ଗୁରୁଙ୍କ ପୂଜା କରିବା, ପରିବେଶ ସୁରକ୍ଷା କରିବା, ବୃକ୍ଷ ରୋପଣ କରିବା,  ନିଜକୁ ଏକ ଭଲ ମଣିଷ ଭାବରେ ଗଢି ତୋଳିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଉପରେ ବାବା ବଳିଆ ଉପସ୍ଥିତ ଶ୍ରୋତାଙ୍କୁ ମାର୍ଗ ଦର୍ଶନ କରାଇଥିଲେ ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା