ମୋ ବସରେ ନିଆଁ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଯାତ୍ରୀଙ୍କ ଜୀବନ…

ମୋ ବସରେ ନିଆଁ । ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ୍ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ନିଆଁ ଲାଗିଯାଇଥିଲା । ସେତେବେଳେ ବସରେ ୮ରୁ ୧୦ ଜଣ ଯାତ୍ରୀ ଥିଲେ । ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ଦେଖି ପ୍ରଥମେ ଯାତ୍ରୀମାନେ ଡ୍ରାଇଭରଙ୍କୁ ଜଣାଇଥିଲେ । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ । ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ । ଫଳରେ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ ।
ଅପରପକ୍ଷେ ନିମିଷକ ମଧ୍ୟରେ ନିଆଁ ବ୍ୟାପି ସମ୍ପୂର୍ଣ୍ଣ ବସଟି ଜଳି ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ ବସ୍ଟି ପୂରା ଜଳି ଯାଇଥିଲା ।
ତେବେ ବସରେ କାହିଁକି ନିଆଁ ଲାଗିଲା, ତାହା ଜଣାପଡ଼ିନି । ବ୍ୟାଟେରୀରେ ତ୍ରୁଟି କାରଣରୁ ବସରେ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ଗତ ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ମୋ ବସ୍ ଗଡ଼ିଥିଲା ।