ଓଡିଶା

ପିଜୁଳି ଚାଷ କରି ଲକ୍ଷପତି…

ସାଲେପୁର : ଅବସର ପରେ ପିଜୁଳି ଚାଷ କରି ଏବେ ଅର୍ଜୁଛନ୍ତି ଲକ୍ଷାଧିକ ଟଙ୍କା । ସରକାରୀ ଚାକିରୀ କରି ପରିବାର ପୋଷୁଥିଲେ କଟକ ଜିଲ୍ଲା ସୋମପୁର ପଞ୍ଚାୟତ ତେଲଦିଆ ଗ୍ରାମର ନାରାୟଣ ମଲିକ । ଆଉ ଅବସର ପରେ ଘରେ ବସି ରହିବା ତାଙ୍କୁ ଭଲ ଲାଗିନଥିଲା । ଏଥିପାଇଁ ସେ ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ ।

ତେବେ ପାରମ୍ପରିକ ଧାନ ଚାଷ ନ କରି ସେ କିଛି ନୂଆ ଚାଷ କରିବା ଲାଗି ଆଶା ବାନ୍ଧିଥିଲେ । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପୁଅ । ଏଥିପାଇଁ ସେ କର୍ଣ୍ଣାଟକରୁ ଉନ୍ନତମାନର ପିଜୁଳି ଗଛଚାରା ଆଣି ନିଜ ଜମିରେ ଚାଷ କରିବାର ନିଷ୍ପତ୍ତି ନେଇଥିଲେ । ଆଉ ଆଜି ତାଙ୍କର ଏହି ପିଜୁଳି ବଗିଚାକୁ ଦେଖିଲେ ଲାଗୁଛି ସତରେ ସେ ଠିକ ନିଷ୍ପତ୍ତି ନେଇଥିଲେ । ବଗିଚା ସାରା ପିଜୁଳି ଗଛରେ ପୂର୍ଣ୍ଣ । ଏକ ଫୁଟରୁ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ହେବ ସମସ୍ତ ଗଛ । ଆଉ ଏହି ଛୋଟ ଛୋଟ ଗଛ ପିଜୁଳିରେ ପୂର୍ଣ୍ଣ । ତାଙ୍କ କହିବା କଥା ହେଲା ଫଳୁଥିବା ପିଜୁଳିର ଓଜନ ଅନ୍ୟୁନ ୭୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ରହିଛି । ଆଉ ବର୍ଷକ ଭିତରେ ସେ ପିଜୁଳି ଚାଷରୁ ଲକ୍ଷାଧିକ ଟଙ୍କା ଆୟ କରିସାରିଲେଣି ।

ନିଜ ଜମିରେ ସେ ୧୦୦୦ରୁ ଉର୍ଦ୍ଧ୍ବ ପିଜୁଳି ଗଛ ଲଗାଇଛନ୍ତି । ଯାହାକି ମାତ୍ର ଏକ ବର୍ଷ ମଧ୍ୟରେ ଏହି ସଫଳତା ଦେଇଛି । ସଂପ୍ରତି ଏହି କିସମ ପିଜୁଳିର ବଜାର ମୂଲ୍ୟ କେଜି ପିଛା ୭୦ ଟଙ୍କା ରହିଛି । ବର୍ତମାନ ସୁଦ୍ଧା ପିଜୁଳି ଚାଷ କରି ନାରାୟଣ ବର୍ଷକ ମଧ୍ୟରେ ଖର୍ଚ୍ଚ ଯାଇ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିସାରିଲେଣି । ଏପରିକି ତାଙ୍କୁ ଏହି ଚାଷ କାମରେ ଗାଁର କିଛି ମହିଳା ସାହାଯ୍ୟ କରି ଆଜି ସ୍ବାବଲମ୍ବୀ ମଧ୍ୟ ହୋଇପାରିଛନ୍ତି ।

ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ଚାଷକୁ ନେଇ ସଚେତନତା ଏବଂ ପ୍ରୋତ୍ସାହନ ବଢେ ତେବେ ରାଜ୍ୟର ଯୁବପିଢ଼ି ଚାକିରି ପଛରେ ନଧାଇଁ ଏପରି ଉନ୍ନତ ମାନର ଚାଷରେ ମନ ବଳାଇଲେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି କହିଛନ୍ତି ସଫଳ ପିୁଳି ଚାଷୀ ନାରାୟଣ ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା