ଦେଶ ବିଦେଶ

କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଦରମୈୟା ସରକାର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବ କୁମାର

ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଦରମୈୟା ସରକାର । ଦ୍ବିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ଶପଥ ଗ୍ରହଣ ସମାରୋହରେ ସିଦ୍ଦରମୈୟାଙ୍କ ସହ ଡିକେ ଶିବ କୁମାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବେଙ୍ଗାଲୁରୁର କାନ୍ତିର୍ଭା ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକମାନେ ବି ଶପଥ ନେଉଛନ୍ତି ।

ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳରେ ୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନେ ହେଲେ ଜି ପରମେଶ୍ୱର, କେ.ଏଚ୍‌ ମୁନିୟାପ୍ପା, କେ.ଜେ ଜର୍ଜ, ଏମ୍‌. ବି ପାଟିଲ, ସତୀଶ ଜାରାକିହୋଲି, ପ୍ରିୟଙ୍କା ଖର୍ଗେ, ରାମଲିଙ୍ଗା ରେଡ୍ଡି, ଜମିର ଅହମଦ ଖାନ ।

ଏହି ସମାରୋହରେ କଂଗ୍ରେସ ଲିଡର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଏନସିପି ମୁଖ୍ୟ ଶରଦ ପାୱାର, ପୂର୍ବତନ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତ ମେ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ କଂଗ୍ରେସ ୧୩୫, ବିଜେପି ୬୬ ଓ ଜେଡିଏମ ୧୯ ସିଟରେ ବିଜୟ ହାସଲ କରିଥିଲା ।

ପୂର୍ବରୁ ବେଙ୍ଗାଲୁରୁର କାନ୍ତିର୍ଭା ଷ୍ଟାଡିୟମରେ ୨୦୧୩ ମସିହାରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଏହି ଷ୍ଟାଡିୟମକୁ ହିଁ ପୁନର୍ବାର ତାଙ୍କ ଶପଥ ଗ୍ରହଣ ନିମନ୍ତେ ବଛା ଯାଇଛି ।  

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।