ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ କୃଷି ଡ୍ରୋନ ଏବଂ ହାଇବ୍ରିଡ୍ ବିହନ ଅବଗାହନ କୃଷକ ସଭା ଅନୁଷ୍ଠିତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ଆର୍.ସୀତାପୁରରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ହଲରେ କୃଷି ଡ୍ରୋନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ ଚାଷୀ, ବିହନ ଓ ସାର ବିକ୍ରୟ ଦୋକାନୀ, ସମବାୟ ଡିଲର, କୃଷି ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ କମ୍ପାନୀ ତାଙ୍କର ସୁପେରୀଓ ହାଇବ୍ରିଡ୍ ଧାନ (ରୋଇଜ୍ ୧୦୦), ମକା (ଆମେଜ୍ ୧୦୦) ଏଵଂ ଭେଣ୍ଡି (ୱଣ୍ଡର ୧୦୦) ଇତ୍ୟାଦି ବିହନକୁ ଚାଷୀଙ୍କୁ ପରିଚୟ କରାଇବା ସହ ଡ୍ରୋନ ମାଧ୍ୟମରେ କିପରି ଜମିରେ କମ୍ ସମୟରେ ସିଞ୍ଚନ କରାଯାଇ ପାରିବ ତାହା ବୁଝାଇଥିଲେ ।

କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରତୀକ ପଣ୍ଡା DDM-ନାବାର୍ଡ, ଡକ୍ଟର ପ୍ରିୟମ୍ବଦା OLM ଗଜପତି, ଆର.ଏମ୍.ସି ସଭାପତି ଗଜପତି ରାଓ, ପିତାମ୍ବର ନାୟକ ରାୟଗଡା ବ୍ଲକ୍ ଏଵଂ ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼.ଅନିତା ପାତ୍ର, ଭେଙ୍କଟ ଶିବାନନ୍ଦ ଏମଡି, ଜିଟିଆଇଡି ଏସ୍ ପ୍ରଫେସର ଜେ. ଅନୀଲ କୁମାର, ଆସୋସିଏଟ ଡିନ୍ ପ୍ରଫେସର ଚନ୍ଦ୍ର ଶେଖର ରାଓ, ପ୍ରଫେସର ସୁବା ରାଓ, ପ୍ରଫେସର ୱାଇ.ଭି. ପ୍ରତାପ ପ୍ରମୁଖ ଯୋଗ ଦେଇ ହାଇବ୍ରିଡ୍ ବିହନର ଉପଯୋଗ ଏଵଂ ବ୍ୟବସାୟକୁ ଯନ୍ତ୍ରିକରଣ କରିବା ଦ୍ୱାରା ଚାଷୀମାନେ କିପରି ଲାଭାନ୍ଵିତ ହୋଇପାରିବେ ଏବଂ ଦେଶ ମଧ୍ୟ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ସାଧନ କରିପାରିବ ବୋଲି ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ ଲିଙ୍ଗରାଜ, ବ୍ଳକ ଚେୟାରମ୍ୟାନ୍ ବୀର ରାଜୁ, କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ନିର ଭୂୟାଁ, ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା